STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ପ୍ରେମର ପରିସ୍ଥିତି

ପ୍ରେମର ପରିସ୍ଥିତି

1 min
189

କପଟପାଶାର ପଶାପାଲିରେ 

ମଜିଥିବା ପ୍ରେମ ପ୍ରତାରଣା,

ବିବସ୍ତ୍ର ଯାଜ୍ଞସେନୀର ସୌନ୍ଦର୍ଯ୍ଯରେ

ଦେଖୁଥିବା ପ୍ରେମ  ବିବସନା।


ସଞ୍ଜୟର ଦିବ୍ଯଚକ୍ଷୁରେ ଧୃତରାଷ୍ଟ୍ର 

ଦେଖୁଥିବା ମହାଭାରତର 

ପ୍ରେମ ବିଶ୍ବାସର ଉଦିତ କିରଣ,

ଶକୁନିର ପଶାକାଠିରେ ଖେଳୁଥିବା 

ପ୍ରେମ ପ୍ରତିଶୋଧ ପରାୟଣ।


ପିତାମହ ଭୀଷ୍ମ ଶରସଜ୍ଯାରେ 

ଅନୁଭବ କରୁଥିବା ପ୍ରେମ ସ୍ଥିତପ୍ରଜ୍ଞ, 

ଜତୁ ଘରର ଲେଲିହାନ ଶିଖାରେ

ଜଳୁଥିବା ପ୍ରେମ ଅଗ୍ନିମୟ।


ପଞ୍ଚୁପାଣ୍ତବଙ୍କ ଭାତୃଭାବରେ 

ସମ୍ମିଳିତ ପ୍ରେମ ନିର୍ବିଘ୍ନ ଭାତୃତ୍ବ ଭାବ, 

ଅଭିମନ୍ୟୁଙ୍କ ଚକ୍ରବ୍ୟୁହ ଭେଦି 

ଦୃଢତାର ପ୍ରେମ କର୍ତ୍ତବ୍ୟନିଷ୍ଠ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance