STORYMIRROR

SUJATA DAS

Classics Fantasy

4  

SUJATA DAS

Classics Fantasy

ଭଗ୍ନ ଶିଳା **********

ଭଗ୍ନ ଶିଳା **********

1 min
5

ଭଗ୍ନ ଶିଳା

🙏🙏🌹🙏🙏

ଶିଳ୍ପୀ ଗଲା ଦୂରେ

   ସ୍ଥାପତ୍ୟକୁ ଭୁଲି

    ସ୍ବପ୍ନ କରି ଅଧାଗଢ଼ା

ଝୁରେ ଭଗ୍ନ ଶିଳା

  ଝୁରେ ଚାରୁକଳା

    ଝୁରଇ ହୃଦୟ ବେଢା.

ପ୍ରସ୍ତର ଛାତିରେ

   ଆଙ୍କୁଥିଲା ଯିଏ

     ରୁପସୀ ନର୍ତ୍ତକୀ ଛବି

ରଚୁଥିଲା ନିତି

   ମାଧୁର୍ଯ୍ୟ ସ୍ଥପତି

     ସାଜି ଅନୁରାଗୀ କବି.

ଶ୍ରାବଣ ବର୍ଷାରେ

   ଭିଜୁଥିଲା ମନ

     ଶିଳ୍ପୀର ପରଶ ପାଇ

ଗାଉଥିଲା ପିକ

   ବକୁଳ ବନରେ

     କୂହୁ କୂହୁ ଗୀତ ଗାଇ.

ମେଘ ପାଲିଙ୍କିରେ

   ଆସୁଥିଲା ଜହ୍ନ

    ଜ୍ୟୋତ୍ସ୍ନା ନେଇ ଉପହାର

ପାଗଳ ପବନ

  ଯାଉଥିଲା ଝୁମି

     ଆନନ୍ଦେ ହୋଇ ବିଭୋର.

ଫୁଟୁଥିଲା ମଲ୍ଲୀ

   କାମିନୀ କଦମ୍ବ

     ଭୁଲି ଋତୁ ଆଗମନ

ଅଜଣା ପୁଲକେ

   ଶିହରିତ ତନୁ

     ପାଇ ଶିଳ୍ପୀ ଆଲିଙ୍ଗନ.

ନାହିଁ ସେଇ ବେଳା

   ପ୍ରଣୟ ମେଖଳା

     ଭଗ୍ନ ଆଜି ଶିଳାଲିପି

ହରାଇଛି ରୂପ

  ହଜିଛି ଅତୀତ

    ଶୂନ୍ୟତା ଯାଇଛି ବ୍ୟାପି.

ନିଶବ୍ଦ ପ୍ରହରେ

   ପ୍ରସ୍ତର ବୁକୁରେ

     ସଞ୍ଚରେ ନବ ଜୀବନ.


Rate this content
Log in

Similar oriya poem from Classics