ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ଆସ ଋତୁରାଜ ସିଂହାସନ ସଜ
ପ୍ରେମ ପ୍ରିତୀର ପୁଷ୍ପକ ।
ତୁମ ଆଗମନେ ମଳୟ ପବନେ
ବିରହିଣୀ ସାଜେ ପିକ ।
ବୃକ୍ଷଧରି ପୁଷ୍ପଧନୁ
ପ୍ରେମର ପିୟୁଷ ଆମ୍ରବୃକ୍ଷ ରସ
ମଧୁମକ୍ଷି ଭରେ ତନୁ । ୧
ବକୁଳ ବନାନୀ କୁହୁକୁହୁ ଧ୍ବନି
ଉଲ୍ଲସିତ ହୁଏ ଧରା।
ନବୀନ ପଲ୍ଲବେ ବୃକ୍ଷ ରାଜି ସର୍ବେ
ସୁସଜ୍ଜିତ ଆତ୍ମହରା ।
ପ୍ରସ୍ପୁଟିତ ପୁଷ୍ପମାନ ।
କି,ସୁନ୍ଦର ବାସ ଆତ୍ମା ହୁଏ ତୋଷ
ଧିର ମଳୟ ପବନ ।୨
ଅଶୋକ,ବକୁଳ ଚମ୍ପକ,କାଞ୍ଚନ
ସୁରଭି ବାସ ଫଗୁଣ।
ଭ୍ରମର ଗୁଞ୍ଜନ ମଧୁପ ଚୁମ୍ବନ
ହରିନିଏ ତନୁ ମନ ।
ଛାଡି ଯାଇଅଛି ଶୀତ
ଫଗୁଣ,ଚୈତ୍ର ଦେହଉଲ୍ଲସିତ
ଛାତି ହର୍ଷବିମର୍ଷିତ। ୩
ପଳାସ ସଜ୍ଜାଏ ପ୍ରିତୀ ରେ ମଜ୍ଜାଏ
ଧରଣୀ ରଙ୍ଗ ଶୋଭିତ।
ଫେରିଗଲା ଶୀତ ବିରାଜ ବସନ୍ତ
ବହେ ଦକ୍ଷିଣା ମରୁତ।
ସଜ୍ଜିତ ଉପଢୌକନ।
ପଡି ନାଲି ବସ୍ତ୍ର ଗାଲିଚା ସଜ୍ଜିତ
ବସନ୍ତ ସିଂହାସନ । ୪
ନାନାଜାତିଫୁଲ ଫୁଟି ଉପବନ
ସତେ ନବବଧୁ ବେଶ।
ମଥାରେ ତାହାର ସବୁଜ ପତର
କିରୀଟି ପରି ସଦସ୍ଯ।
ଫଗୁଣ ରଙ୍ଗ ଅବିର
ଦଖିଣା ପବନ ବହେ ଘନ ଘନ
ଜାଗରର ଉଜାଗର । ୫
ବସନ୍ତ ପଞ୍ଚମୀ ଅଗିରା ପୁର୍ଣ୍ଣମୀ
ଦୋଳରେ ଦୋଳଗୋବିନ୍ଦ।
ଶ୍ରୀ ରାମନବମୀ ଅଶୋକା ଅଷ୍ଟମୀ
ହୋଲିର ରଙ୍ଗ ଆନନ୍ଦ ।
ମନ ହୁଏ ପୁଲକିତ।
ହୁଏ କେତେ ଯାତ ମନ ଆନନ୍ଦିତ
ଦୋଳ ବିମାନ ଶୋଭିତ । ୬
ସବୁ ଋତୁମଧ୍ଯେ ଶ୍ରେଷ୍ଠତ୍ବ ପାଇଛି
ଋତୁର ରାଜା ବସନ୍ତ।
ଶୋଭାର ସାୟରି ଫଗୁର କଲ୍ଲରି
ତନୁ ମନ ଉଦ୍ ଭାଷିତ ।
ଏହା ଋତୁଚକ୍ର ଖେଳ
ରାଧା,କୃଷ୍ଣଙ୍କର. ଯୁଗଳମୂରତୀ
ସୁଶୋଭିତ ଦିଶେ ଦୋଳ ।
