STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ପ୍ରେମ ଓ ପ୍ରେମିକା

ପ୍ରେମ ଓ ପ୍ରେମିକା

1 min
129


ତୁମ ହୃଦୟକୁ ଦେଖିବାର ଦୁର୍ବାର ଅଭିପ୍ସା

ମୋ ହୃଦୟର ସ୍ପନ୍ଦନ ପଥରୋଧ କରିଦିଏ

ରଙ୍ଗହୀନ ମନରେ ରଙ୍ଗମୟ ଭାବାନ୍ତର

କାହିଁ କେଜାଣି ବେରଙ୍ଗି ଇଛାକୁ ରଙ୍ଗ ଭରିଦିଏ

ତୁମ ଆମ ହୃଦୟର ରଙ୍ଗ କିଏ ବା ଦେଖିଛି

ତଥାପି ସପ୍ତ ରଙ୍ଗରେ ଆଚ୍ଛାଦିତ ସ୍ବପ୍ନ ସବୁ

ନଦେଖିଲା ରଙ୍ଗ କଳା ମଚ ମଚ ପରି

କଳା ହୃଦୟ ଭିତରେ ଲାଲ ପ୍ରେମକୁ ଅପେକ୍ଷା କରିଛି। 

ପ୍ରେମ ଲାଲ ହେଉ କି ସବୁଜ

ସେ ନିଶବ୍ଦ ଜୀବନର ସଶବ୍ଦ ଝଙ୍କାରଟିଏ,

ସେ ନିରସ ଜୀବନ ର ସରସ ଛବିଟିଏ,

ସେ ପ୍ରୀତିର ଆକାଶରେ ସ୍ନେହଭରା ଧୃବତାରାଟିଏ,

ସେ ମନ ଡାଇରିରେ ମମତାର ପୂଞ୍ଜିଭୂତ

ଲୁହ ଲହୁର ଅସମାପ୍ତ କବିତାଟିଏ,

ସେ ବାସ୍ତବ ଛାୟାର ଅବାସ୍ତବ ପ୍ରଛାୟାଟିଏ,

ସେ ସୀମାହୀନ ଭାବନାର ମୂର୍ତ୍ତିମନ୍ତ ପ୍ରତୀକଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance