ପ୍ରେମ
ପ୍ରେମ
ପ୍ରେମ ପବିତ୍ର ଗଙ୍ଗା
ବର୍ଣ୍ଣବୋଧର ପ୍ରଥମ ସୃଜନୀ
ପ୍ରେମ ପବିତ୍ର ଯମୁନା
ଚାରିବେଦର ପଞ୍ଚମ ଫାଲଗୁନି
ପ୍ରେମ ପବିତ୍ର ସରସ୍ବତୀ l
ମହାଭାରତର କୂଳ କାତ୍ୟାୟନୀ
ପ୍ରେମ ପବିତ୍ର କାବେରୀ
ଜଳସ୍ତର ଉନ୍ମାଦ ଦିବା ରଜନୀ
ପ୍ରେମ ପବିତ୍ର କୃଷ୍ନା ନଦୀ l
ରାମାୟଣ ଚରିତ୍ର ଉଦଯାପିନୀ
ପ୍ରତାରଣା ନୀଳ ବିଷ
କରେ ହ୍ରାସ ବୁଦ୍ଧି ସ୍ରୋତସ୍ବିନୀ
ପ୍ରତାରଣା କଳଙ୍କ କାଳିମା l
ଦୂରେ ବହୁ ଦୂରେ ପୁଣ୍ୟ ଜାମିନୀ
ବିଚ୍ଛେଦ ଏକ ଅବଶୋଷ
ନୀଳ ବିଷ ପିଇ ଉନ୍ମାଦିନୀ l
ବିଚ୍ଛେଦ କେବେ ପ୍ରେମ କେବେ ପ୍ରତାରଣା
କେବେ ବିଚ୍ଛେଦ ଶତାୟୁ ମନ୍ଦାକିନୀ
ବିଚ୍ଛେଦ ବଢ଼ାଏ ଐଶ୍ବର୍ଗୀକ ଶକ୍ତି
ଗଙ୍ଗା କଲ୍ଲୋଳିନୀ ପ୍ଳାବିନୀ l
ବିଛେଦ ଦିଏ ପ୍ରତାରଣା ଦୁଃଖ
ଜହ୍ନର ଜୋଛନା ସୂର୍ଯ୍ୟଙ୍କ ତେଜ ହେଜି ବିଭାଜିନୀ
ବିଚ୍ଛେଦ ପୁଣି ଆଣେ ଉଭୟ ପ୍ରେମ ଓ ପ୍ରତାରଣା
ବିଭାଜନ ଜାମିନୀ ରଜନୀ ପାହେନି.

