ଆଲୋକର ସଂଧାନେ
ଆଲୋକର ସଂଧାନେ
କୋଟିକୋଟି ବର୍ଷ କ୍ରମ ବିବର୍ତ୍ତନେ
ଜଡ଼ରୁ ଜୀବନ ସୃଷ୍ଟି
ମାୟା ଜାଲେ ଭ୍ରମି ଏ ମନୁଷ୍ୟ ଜନ୍ମ
ନଷ୍ଟରେ ନହୁଅ ବ୍ରତୀ l
ଶାସ୍ତ୍ରୀୟ ସିଦ୍ଧାନ୍ତେ ମାନବ କେବଳ
ବୃହତ୍ତମ ସତ୍ତା ଅଂଶ
ଜନ୍ମ ଓ ମୃତ୍ୟୁତ ବିରୋଧୀ ଦଳ ଯେ
ସମନ୍ୱୟେ ମୁକ୍ତ ପଥ l
ଶୈଶବ କୈଶୋର ଯୁବା ବୃଦ୍ଧ ମୃତ୍ୟୁ
ଏ ପାଞ୍ଚ ସୋପାନ ଦେଇ
ସପ୍ତ ଆବରଣେ ଆବୃତ୍ତ ହୋଇ ସେ
ନିଜ କୁ ପାସୋରି ଥାଇ l
ଆତ୍ମା ର ଅସ୍ତିତ୍ବ ନୁହେଁ ଅବଗତ
ସର୍ବ ଶ୍ରେଷ୍ଠ ଜୀବ ହୋଇ
ପରିପୁଷ୍ଟ ତାକୁ କିପରି କରିବା
ଏ ତ ସଂଭବ ନୁହଇ l
ଜଗତ ଜୀବ ଙ୍କୁ ଅନ୍ତରଙ୍ଗଭାବେ
ଅନୁଭବ ଯେବେ ହେବ
ପରମ ପ୍ରଜ୍ଞା ର କରଣୀ ବୋଲିତ
ପ୍ରତୀୟମାନ ହୋଇବ l
ପରମ ପ୍ରଜ୍ଞା ତ ଏହି ସଂସାରର
ଅଟେ ବିଚିତ୍ର ରଚନା
ପ୍ରଜ୍ଞାବଳେ ସତ୍ୟ ପ୍ରତିଷ୍ଠା ନିମନ୍ତେ
ସାମର୍ଥ୍ୟ ଆସିବ ସିନା l
ଆତ୍ମା ର ସ୍ଥିତିକୁ ଯେବେ ଅନୁଭବ
ଆମେତ କରିପାରିବା
ଜlଗତିକ ନୈମିତିକତାର ଦୃଶ୍ୟ
ଅନୁଭବ ତ କରିବା l
ବିଶ୍ଵତୀତ ସତ୍ୟ ପ୍ରତିଷ୍ଠା ନିମନ୍ତେ
ସାମର୍ଥ୍ୟ ଆଣି ପାରିବା
ସୁଖ ଶାନ୍ତି ଆଉ ଆନନ୍ଦ ପ୍ରାପ୍ତି ତ
ବିଶ୍ୱେ ପ୍ରକାଶ କରିବା l
ଆଲୋକ ସନ୍ଧାନେ ଗତି କରିକରି
ନିଶ୍ଚୟ ଦିନେ ଲଭିବା
ଆନନ୍ଦ ମୟ ଏ ଜୀବନ ହୋଇବ
ସବୁ ଦୁଃଖ ଭୁଲିଯିବା l
ତ୍ରିଲୋକ୍ୟ ଇଶ୍ୱର ପ୍ରସନ୍ନ ହୋଇଲେ
ଏକଥା ସମ୍ଭବ ହେବ
ତାର ଦୟା ବିନା ଏ ଭବ ସାଗରୁ
ପାରି ହେବା ଅସମ୍ଭବ l
