Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy Others

3  

Santosh Kumar Ojha

Romance Fantasy Others

ଅବୁଝା ମନ

ଅବୁଝା ମନ

1 min
200


ଅବୁଝା ମନ ମୋ

    ବୁଝେ ନାହିଁ ଜମା

       ଉଆଁସେ ଖୋଜୁଚି ଜହ୍ନ ,

ଉଆସରେ ଦେଖି

     ଉଆଁସୀ କନିଆଁ 

        କୁଆଁସା କୁ ମାଗେ ସ୍ବପ୍ନ ।

ମାୟାମୃଗ ଦେଖି

    ମୋହ ଫାଶେ ପଡ଼ି

        ମରୀଚିକା ପଛେ ଧାଏଁ ,

ପ୍ରେମ ପଥ ବଡ଼

    ଖସରା ଜାଣିବି

       ଲୁଚି ଲୁଚି ଚାଲୁ ଥାଏ ।

ଅବେଳରେ ଯାଇ

     ନଈ କୂଳେ ବୁଲି

        ଅନାମିକା ପ୍ରେମ ଖୋଜେ ,

ଅନାବିଳ ସ୍ନେହ

    ଅନାଦର କରି

        ଅଦିନିଆଁ ମେଘେ ଭିଜେ ।

ଚଇତ ସକାଳେ

    ବୋଇତ ଭିଡ଼ୁଛି

       ସାଜି ନୂଆ ସୌଦାଗର ,

ଫଗୁ ଖେଳି ବସେ

    ବୈଶାଖ ମଧ୍ୟାହ୍ନେ

       ରଜ ସଂଜେ ହୁଏ କ୍ଷର ।

ଅବାଟରେ ଯାଇ

   ହାଟ ଖୋଜୁ ଥାଇ

       ଅମଡ଼ା ଆନନ୍ଦ ମଠେ ,

ଅଡ଼ୁଆ ସୂତାରୁ

     ଖିଅ ଖୋଜେ ବସି

         ଶ୍ରାବଣ ଗାଧୁଆ ତୁଠେ ।

ଅବୁଝା ମନ ମୋ'

    ଅଝଟ ଲଗାଏ

       ନିର୍ଦ୍ଦୟ ଭୋଦୁଅ ସାଥେ ,

ଅପକୀର୍ତ୍ତି ରଚେ

      କାର୍ତ୍ତିକ ଦାଣ୍ଡରେ

        ଅଙ୍କାବଙ୍କା ଚଲା ପଥେ ।

ଚିଠି ଟିଏ ଲେଖି

     ପଠେଇଚି ଡାକି

        ମଗୁଶିର ଡାକ ହାତେ ,

ପ୍ରିୟା ମୋ' କହିଚି

      ଆସିବ ମାଘରେ 

        ହାଡ଼ଭଙ୍ଗା ଶୀତ ରାତେ ।

ଫଗୁଣ ବୁଝାଏ 

    ଅବୁଝା ମନକୁ

         ଅଷାଢ଼ୂଆ ସୂତା ଧରି ,

ମଳୟ ଫୁଙ୍କୁଚି

     କାନେ ମୋର ଆସି

         ଓଥରା ବୈଷ୍ଣବ ପରି ।

          


        


Rate this content
Log in

Similar oriya poem from Romance