STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ପ୍ରତାରିତ ପ୍ରେମ

ପ୍ରତାରିତ ପ୍ରେମ

1 min
204

ପ୍ରତାରିତ କରିବାର ଇଛା ଯଦି ଥିଲା

ତେବେ ମିଛରେ ପ୍ରେମ କାହିଁକି କଲ

ପ୍ରତାରଣାର ଜ୍ବାଳାରେ ଦଗ୍ଧୀଭୂତ ହେବା ଅପେକ୍ଷା

ପ୍ରତାରିତ ପ୍ରେମ ଠାରୁ ଦୂରେଇ ଯିବା ଭଲ

କିନ୍ତୁ ନିଜ ଠାରୁ ନୁହେଁ

ତୁମେ ବୋଧହୁଏ ସେହିଆ ଭାବିଥିଲ

ପ୍ରତାରଣା, ଧ୍ବକା, ବିଶ୍ବାସ ଘାତକ କରି

ତୁମ ଠାରୁ ତ ଦୂରେଇ ଦେଲ

ମୋତେ ମୋ ନିଜ ଠାରୁ ବି ଦୂରେଇ ଦେବ

ତୁମେ କରିଥିବା ଗୋଟିଏ ଭୁଲର ପ୍ରାୟଶ୍ଚିତ 

ନକରି ଆଉ ଗୋଟିଏ ଭୁଲ କରିବାକୁ

କେମିତି ଯେ ସାହସ କରୁଛ?

ତୁମେ ପରା ସମର୍ପିତ 

ତୁମେ ମୋ ପ୍ରେମ ର ଫଲ୍ଗୁଧାରା

ମୋ ପ୍ରୀତିର ବାସ୍ନା

ମୋ ସ୍ବପ୍ନର ନାୟୀକା

ସେଦିନର ସେହି ନିଃଶବ୍ଦ କୁ ଭଙ୍ଗକରି

ମୋ ହୃଦୟର ସ୍ପନ୍ଦନରେ ସ୍ପନ୍ଦିତ ହେଉଥିବା

ମୋ ପ୍ରୀୟା କଣ ତୁମେ ନୁହଁ

ତେବେ ଏସବୁ ମିଥ୍ୟା?

କେବଳ ପ୍ରତାରଣା ---???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance