STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ହଜିଯିବି ମୁହିଁ ତୁମରି ଭିତରେ

ହଜିଯିବି ମୁହିଁ ତୁମରି ଭିତରେ

1 min
164


ଘାସଫୁଲ ! ପ୍ରିୟତମା ମୋର

ତୁମ ପ୍ରୀତି ମମତା ଟିକକ ପାଇଁ

ମୁଁ ଆକାଶ ପାଗଳ ଭ୍ରମର,

ତେଜି ମୋର ଠୁଳ ଶୂନ୍ୟ ରୂପ l

ନଇଁପଡି ଅହରହ ଘୂରୁଥାଏ ନଟୁପରି

ବ୍ୟାକୁଳିତ ଦେଖିବାକୁ ହସହସ

ପ୍ରସ୍ଫୁଟିତ ମୁଖ

ଜନ୍ମିବାକୁ ମରତରେ ଚାହେଁ ବାରବାର ।

ପ୍ରତିଟି ସୁନା ସକାଳେ ଚିକ୍ ମିକ୍ ବାଳାରୁଣ

ଢାଳିଦିଏ ରଙ୍ଗର ଅବିର,

ପବନେ ସଞ୍ଚରିଯାଏ ଜାତି ଜାତି ଫୁଲର ସୁରଭି

ପକ୍ଷୀକୁଳ ବିହରନ୍ତି ସ୍ୱଚ୍ଛନ୍ଦରେ

କୁଳୁକୁଳୁ ବହିଯାଏ ନଈ ।

ନିରେଖ ଗୋ ପ୍ରିୟେ- ବାଜୁ ଅଛି ଶୁଭ ଶଙ୍ଖ

ଗୁଞ୍ଜି ଉଠେ ଜୀବନ ସଙ୍ଗୀତ,

ଶ୍ୟାମଘନ ପ୍ରକୃତିର ନିବିଡ଼ ଆଶ୍ଳେଷେ

ପୁଲକିତ ତୁମେ ଆଉ ମୁଁ

ହୋଇଯିବା ଆସ ଏକାକାର,

ସୁନ୍ଦର ସବୁଜ ସ୍ବପ୍ନ ଆନନ୍ଦ ବିଭୋରେ

ହଜିଯିବି ମୁହିଁପୂରା ତୁମରି ଭିତରେ

ପ୍ରୀତିଲଗ୍ନା ପ୍ରିୟତମା ଘାସ ଫୁଲ

ମୋ ପୃଥିବୀ ଅମୃତ ନିର୍ଯ୍ୟାସ ,

ବ୍ରହ୍ମାନନ୍ଦ ଅପ୍ରାକୃତ ଏ ମିଳନ ଛନ୍ଦ

ଆଲୋକିତ ସନ୍ମାର୍ଗଠୁ

ନାତିଦୂର ସ୍ବର୍ଗ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance