STORYMIRROR

Kalpana Kumari Pradhan

Romance Fantasy

3  

Kalpana Kumari Pradhan

Romance Fantasy

ହୃଦୟ ବେଳାଭୂମି

ହୃଦୟ ବେଳାଭୂମି

1 min
203

ହୃଦୟ ବେଳାଭୂମିରେ ପାଦଚି଼ହ୍ନ ତୁମ

   ରଖିଛି ମୁଁ ସାଇତି

କେତେଥର ଅମାନିଆ ଢେଉ ଆସି ଛୁଇଁଯାଏ

    କରିନାହିଁ କିଛି କ୍ଷତି l


ବେଳେବେଳେ ତରଙ୍ଗ ସାଥେ ନାଚେ

     ତରଙ୍ଗାୟିତ ହୋଇ ମନ

ତୁମ କଥା ଭାବି ବିତାଇଛି ଅନନ୍ତ ଆକାଶ 

   ତଳେ କେତେଦିନ l


ସେହି ଶୂନ୍ୟତାରେ ତୁମ ସ୍ମୃତିର ଜୁଆର

    କୂଳ ଲଙ୍ଘଇ କେବେ

ପୁଣି ଶାନ୍ତ କୋମଳ ରୂପେ ହୁଏ ପ୍ରତିଭାତ

    ମନ ବୁଝିଯାଏ ଯେବେ l


ହୃଦ ବେଳାଭୂମି ତୀରେ ହେଲାନାହିଁ ଭେଟ

    ବିଡ଼ମ୍ବିତ ଭାଗ୍ୟ ମୋର

ଫେରି ପାରିଲିନି ସାଥେ ନେଇ କିଛି ତୁମ

     ଆଶ୍ୱାସନା ସାଥେ ମୋର l


Rate this content
Log in

Similar oriya poem from Romance