STORYMIRROR

Chinmayee Kanta

Fantasy Inspirational Children

3  

Chinmayee Kanta

Fantasy Inspirational Children

ସାତ ଯାଏ ଆମେ

ସାତ ଯାଏ ଆମେ

1 min
122

କୁନା ମୁନା ଆସ ପଢିବା ବସି

ସାତ ଯାଏ ଆମେ ଅଙ୍କକୁ କଷି ll

ଏକ ଲେଖି ପାଖେ ରବି ଲେଖିବା

ଦୁଇ ସାଥେ ପୁଣି ସୋମ ଯୋଡିବା ll

ତିନିରେ ଲେଖିବା ମଙ୍ଗଳ ବୋଲି

ଚାରିରେ ଆଣି ମୁଁ ବୁଧ କୁ ଦେଲି ll

ପାଞ୍ଚ ର ପାଖରେ ଗୁରୁ କୁ ରଖି

ଛଅ ସାଥେ ଶୁକ୍ର ରଖିବା ଦେଖି ll

ଶନି କୁ ରଖିବା ସାତ ର ପାଶେ

ଏହିପରି ସାତ ବାରଟି ଆସେ ll

ସାତ ବାର ମିଶି ଗୋଟେ ସପ୍ତାହ

ସବୁ ବେଳେ ଏହା ଜାଣିକି ରହ ll

ଚାରି ସପ୍ତାହ କୁ ଗୋଟିଏ ମାସ

ବାର ମାସ ମିଶି ଗୋଟେ ବରଷ ll

କେଉଁ ମାସଟି ହୁଅଇ ତିରିଶି

କେଉଁ ମାସ ପୁଣି ଏକ ତିରିଶି ll

ତିନି ସହ ପାଞ୍ଚଷଠୀ ଦିନରେ

ହୁଅଇ ଗୋଟେ ବରଷ ସତରେ ll

ମନେ ରଖ ସଦା ଏହି ପାଠକୁ

ଭୁଲିବନି କେବେ ଜମା ଏହାକୁ ll

ଭୁଲିବା ପାଠଟି ନୁହଇ ଏହା

ମିଳୁ ଥିବ ଇଏ ବଢିବ ଯାହା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy