ପ୍ରିୟା-୪୭
ପ୍ରିୟା-୪୭
ବିଶୁ ମହାରଣା ଗଢ଼ିଲା କୋଣାର୍କ
ତୁମକୁ ଆଖିରେ ରଖି ,
ଶିଳାରେ ଶିଳାରେ ଫୁଟି ଦିଶୁଥିଲ
ଅପରୂପା ଚନ୍ଦ୍ରମୁଖୀ ।
ସୂରୁଜ ପଖାଳେ ନିଇତି ସକାଳେ
ଅମଳିନ ରୂପ କାନ୍ତି ,
ସବୁବେଳେ ଲାଗ ସଦ୍ୟ ଋତୁସ୍ନାତା
ସଜ ଗୋଲାପର ଭ୍ରାନ୍ତି ।
ଚନ୍ଦ୍ରଭାଗା କୂଳେ ଚନ୍ଦ୍ରିକା ତୋଳି
ଚନ୍ଦ୍ର ଆସିଲେ ପାଖେଇ ,
(ତୁମ)ଚନ୍ଦ୍ରବଦନକୁ ଚାହିଁ ଦେଲାପରେ
ଚନ୍ଦ୍ରମା ଯାଏ ଲାଜେଇ ।
ଚମକି ଚାହାଁନ୍ତି ଚପଳ ଦୁର୍ମତି
ଅନେକ ଜିଜ୍ଞାସା ମନରେ ଆଣନ୍ତି
ଈର୍ଷାରେ ଜଳି ଜଳି ,
କେଉଁ ଉପାଦାନେ ଗଢ଼ିଥିଲା ବିହି
ସମୁଦାୟ ଏକ ନାହିଁ ଆଉ ଦୁଇ
ସବୁ ସୁନ୍ଦରତା ବୋଳି ।
ତୁମେ , ସୂର୍ଯ୍ୟସ୍ନାତା ସୂର୍ଯ୍ୟକାନ୍ତି
କୁହ , ତୁମକୁ ପାଇବି ମୁଁ କେମିତି ?
ପ୍ରିୟା..........।