STORYMIRROR

Keshab Chandra Dash

Abstract Classics Fantasy

3  

Keshab Chandra Dash

Abstract Classics Fantasy

ଶିବରାତ୍ରି ସ୍ତୁତି ( ୩ୟ ଖଣ୍ଡ)

ଶିବରାତ୍ରି ସ୍ତୁତି ( ୩ୟ ଖଣ୍ଡ)

1 min
157


ହେ ଶିବାପତି ପାର୍ବତୀ ପତି

ପଞ୍ଚବକ୍ତ୍ର ସଦାଶିବ

ସଂହାର କରତା ତୁମେ ବୀରଭଦ୍ର

ଦେବ ଦେବ ମହାଦେବ।


ଗଣଙ୍କର ତୁମେ ସ୍ବାମୀ ଅଟ ପ୍ରଭୁ

ଆହେ ପ୍ରଭୁ ଗଣନାଥ

ତୁମେ ଥାଉଁ ଥାଉଁ ସଂସାରରେ କିଏ 

ରହିଯିବ କି ଅନାଥ ।


ଚନ୍ଦ୍ର , ସୂର୍ଯ୍ୟ ,ଅଗ୍ନି ପରି ଆଖି

ତୁମେ ଯେ ସୋମସୂର୍ଯ୍ୟଗ୍ନିଲୋଚନ

ସାମପ୍ରିୟ ତ୍ୟାୟୋର୍ମୂର୍ତ୍ତି , ଗିରିପ୍ରିୟ

ଜୟ ବାବା ପଞ୍ଚାନନ।


ବେକରେ ପିନ୍ଧିଛ ସର୍ପର ଯେ ମାଳା

ଅଣ୍ଟାରେ ଗୁଡ଼ାଇ ବ୍ୟାଘ୍ର ଛାଲ

ହେ ଚାରୁବିକ୍ରମ ଜଗତବ୍ୟାପି ବ୍ୟୋମକେଶ

ଭୂଜଂଗଭୂଷଣ ମହାକାଳ ।


ରାଜା ପ୍ରଜାଙ୍କୁ ଯେ ପାଳନ କରୁଛ

ନାମ ତୁମ ପ୍ରଜାପତି

ଆସିଅଛି ଆଜି ତୁମ ଦରବାରେ

ମଙ୍ଗଳ ପର୍ଵ ଯେ ଶିବରାତ୍ରି ।


ମଜବୁତ୍ ଦେହଧାରୀ ବୋଲି

ତୁମ ନାମଟି ହେଲା କଠୋର

ହବି, ଯଜ୍ଞମୟ ,ହିରନ୍ୟରେତା ପରି

କେତେ ନାମ ଯେ ତୁମ୍ଭର।


ଶ୍ରଦ୍ଧାରେ ଆଣିଛି ତ

ୁମପାଇଁ ଆଜି

ଗନ୍ଧ ଚନ୍ଦନ କର୍ପୂର

ଅଭିଷେକ କରିବି ଗଙ୍ଗା ଜଳେ ମୁଁ ଯେ

ଶିରେ ଢାଳିବି ପଞ୍ଚାମୃତ କ୍ଷୀର।


ସମ୍ମୁଖେ ତୁମର ଆଜି ଜଳାଇବି 

ତୁମପାଇଁ ଜାଗର ଦୀପ

ପ୍ରମଥ ଗଣଙ୍କ ଅଧିପତି ତୁମେ

ଜୟ ବାବା ପ୍ରମଥାଧିପ।


ଉଜାଗର ରହି ସ୍ତୁତି କରିବି ତୁମକୁ

ଆହେ ପ୍ରଭୁ ଉମାପତି

ସୁକ୍ଷ୍ମତନୁ, ମୃତ୍ୟୁଞ୍ଜୟ ,ଜଗତବ୍ୟାପୀ

ଜଗତଗୁରୁ , ରୁଦ୍ର,ଭୂତପତି ।


ମୋ ପାପୀ ନୟନ ପବିତ୍ର ହୋଇବ

ଦେଖି ହରିହର ଭେଟ

 ମହାସେନ ଜନକ କାର୍ତ୍ତିକେୟ ପିତା

ଦୂର କର ହେ ସଙ୍କଟ ।


ମହାଦୀପ ଯେବେ ମନ୍ଦିର ଶିଖର ଉଠିବ

ଭକ୍ତିରେ ହେବି ଯେ ପ୍ରଣିପାତ 

ହେ ଅଷ୍ଟମୂର୍ତ୍ତି ଦିଗମ୍ବର, ପ୍ରଣାମ ଘେନ ମୋ

ଜୟ ବାବା ଅନନ୍ତ ତାରକ ସହସ୍ରପାଦ।


ଗିରିଧନ୍ମା,କୃତିବାସ ,ଉପବର୍ଗପ୍ରଦ ପରି

ତୁମେ ଶମ୍ଭୁ ସର୍ବନାମ 

କେଉଁ ନାମ ଧରି ଡାକିବି ପ୍ରଭୁ ହେ

ପାଦପଦ୍ମେ ଥାଉ ମନ।



Rate this content
Log in

Similar oriya poem from Abstract