Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Fantasy

4  

Satyanarayan Sahoo

Abstract Romance Fantasy

ସ୍ୱାଧୀନତାର ଅମୃତ ମହୋତ୍ସବ

ସ୍ୱାଧୀନତାର ଅମୃତ ମହୋତ୍ସବ

1 min
329


ଦୀର୍ଘ ଚାରି ସହ ବରଷ ଶେଷରେ

ହୋଇଛୁ ଆମେ ସ୍ବାଧୀନ

ଦେଶର ସ୍ଵରାଜ୍ୟ ପାଇଁ ପ୍ରାଣ ବଳି

ବହୁ ସଂଗ୍ରାମୀ ଙ୍କ ଦାନ ।


ନାନା ଆନ୍ଦୋଳନ ତୁମୁଳ ସଂଗ୍ରାମ

ଶେଷ ରେ ଭାରତ ବର୍ଷ

ପାଳନ କରୁଛି ସ୍ଵଧିନତାର ଏ

ପଚସ୍ତରିି ତମ ବର୍ଷ ।


ସୁପ୍ର।ଚୀନ ତମ ସଭ୍ୟତା ସଂସ୍କୃତି

ପାଶ୍ଚାତ୍ୟ ପ୍ରଭାବ ହେତୁ

ହୋଇ ଯାଇ ଅଛି ବିକୃତ ବିକଟ

ଦୁଃଖ ଶୋକ ଅପମୃତ୍ୟୁ ।


ଭାରତ ବାସୀଙ୍କ  ସମସ୍ୟା ଅନେକ

ରୋଗ ଦୁର୍ଘଟନା ବଢେ

ଅନ୍ୟାୟ ଅନୀତି ଦୁର୍ନୀତି ବଢୁଛି

ଦରିଦ୍ର ଦୁଃଖ ରେ ସଢ଼େ ।


ଜନତା କଷଣ ଅସୁବିଧା ପୁଣ

ବଢ଼ି ଚାଲେ ଦିନୁ ଦିନ

ଅଶାନ୍ତି ଦୁଶ୍ଚିନ୍ତା କବଳିତ ଆଜି

ସକଳ ଜନ ଜୀବନ ।


ପଚସ୍ତରି ତମ ଅଗଷ୍ଟ ପନ୍ଦର

ପାଳନ ନିମନ୍ତେ ଏବେ

ଆୟୋଜନ ହୁଏ ଅମୃତ ର ମହୋତ୍ସବ

ଦେଶବ୍ୟାପୀ ଭାବେ ।


ପାଳନ କରୁଛୁ ଉଡ଼ାଇ ତ୍ରିରଙ୍ଗା

ଦୀର୍ଘ ତିନି ଦିନ ଲାଗି

ନବ ରୋମାଞ୍ଚ ରେ ମାତି ଉଠି ସର୍ବେ

ସ୍ୱାଧୀନ ଭାରତ ବାସୀ ।



Rate this content
Log in

Similar oriya poem from Abstract