ପଶୁ ପକ୍ଷୀ ଆମ ପରମ ମିତ
ପଶୁ ପକ୍ଷୀ ଆମ ପରମ ମିତ
ପରମ ମିତ ହେ ପଶୁ ପକ୍ଷୀ ଆମ
ନାହିଁ ହିଂସା ଭାବ ତାର
ନ ଭୁଲେଟି କେବେ ବିପଦ ଆପଦେ
ନୁହେଁ କେହୁ ବରାବର !!
ସ୍ଥାନ ଜନନୀର ସର୍ବୋପରି ଭବେ
ତୁଳନାରେ ନାହିଁ କେହି
ସେବା ଗୋମାତାର ସର୍ବୋଚ୍ଚ ଜୀବନେ
ଗୃହସ୍ଥ ଧର୍ମରେ ଏହି !!
ଆର୍ଥିକ ଦୃଷ୍ଟିରୁ ଅତି ଲାଭକାରୀ
ଶିବଙ୍କ ମଥାରେ କ୍ଷୀର
ପରିବାର ତୃପ୍ତି କ୍ଷୀରରେ ତାହାର
ସେବା ତାର ନିରନ୍ତର !!
ପକ୍ଷୀ ରାବ ଶୁଣି ଦୁଃଖ ଦୂର ହୁଏ
ରାବ ତାର ସୁମଧୁର
କୁକୁର ପରିଟି କିଏ ସେ ବିଶ୍ୱାସୀ
କାର୍ଯ୍ୟ କରେ ସୁରକ୍ଷାର !!
ନାହିଁ ସ୍ବାର୍ଥ ତାର କର୍ତ୍ତବ୍ୟେ ଆତୁର
ପଶୁ ପକ୍ଷୀ ଜୀବ ପ୍ରାଣୀ
ସ୍ବାମୀର ସେବାରେ ରୁହେ ଅନୁକ୍ଷଣ
ମିତ୍ରହେ ପରମ ଜାଣି !!
ଗୃହିଣୀ ଜୀବନେ ପୁନ୍ୟ ଯେ ମିଳେ
ସେବା କଲେ ଗୋମାତାର
ହୁଏ ଲକ୍ଷ୍ମୀପୂର୍ଣ୍ଣ ଗୃହ ଟି ତାହାର
ତହିଁ ବୈକୁଣ୍ଠ ପ୍ରପ୍ତିର !!