STORYMIRROR

Bharati Bhusan Das

Abstract

3  

Bharati Bhusan Das

Abstract

ବଡ଼ ବଡୁଆ ହୋ

ବଡ଼ ବଡୁଆ ହୋ

1 min
240


ଅନ୍ଧାରରୁ ଆଲୋକ

     ରଖିଥାଏ ବିବେକ

ଆମ ପରମ୍ପରା ଆମରି ପରବ

ଦୀପାବଳି ଅଟେ ଆଲୋକ ପର୍ବ

ଆମ ପରମ୍ପରା ଆମ ଗୌରବ ।

ସତ୍ତ୍ୱ ରଜ ତମ ଗୁଣେ ଏ ପାର୍ଥିବ ଶରୀର

ସୁକାମନା ଧୈର୍ଯ୍ୟଶୀଳ   ଭାବ ସଂହାରର

ଦୀପାବଳି ଅଟେ ବନ୍ଧୁ  ଆଲୋକ ସର୍ଜନା

ପୁଣ୍ୟ ହୃଦୟରେ ଯହୁଁ ବିଚାର କାମନା

ତ୍ରେତୟା ରେ ପ୍ରଭୁ ରାମ ବନବାସ ସାରି

ଲେଉଟାଣି କରିଥିଲେ  ଅଯୋଧ୍ୟା ନଗରୀ

ସଙ୍ଗେ ଭାର୍ଯ୍ୟା ସତୀ ସୀତା ଭାଇ ଯେ ଲଷ୍ମଣ

ଆନନ୍ଦ ଉତ୍ସବ ଯହୁଁ ଭରିଥିଲା ଜାଣ

ଅଟେ ସେହି ପୁଣ୍ୟ ଦିନ ଆଜ ଦୀପାବଳି

ଆଲୋକ ର ପର୍ବ ଅନ୍ଧକାର ରୁ ଉଛୁଳି ।

ନାରକାସୁର ର ବଧ ହୋଇଲା ଦ୍ୱାପରେ

ପ୍ରଭୁ ନାରାୟଣ ବିଷ୍ଣୁ ଶ୍ରୀକୃଷ୍ଣ ଅବତାରେ

<

p> କୁପ୍ରବୃତ୍ତି ନାଶ କରି ସୁବୁଦ୍ଧି ଚିନ୍ତନ

ସତ୍ତ୍ୱ ରଜ ତମ ଗୁଣେ ଜୀବନ ବହନ ।

ହୃଦୟକୁ କରି ଶୂନ୍ୟ ପବିତ୍ର ବନ୍ଧନେ

ଅମା ଅନ୍ଧକାର ଫେଡ଼ି ଦେବାକୁ ଯେ କ୍ଷଣେ

ଆଶ୍ରିତ ହେବାକୁ ପ୍ରଭୁଙ୍କ ଶ୍ରୀ ଚରଣରେ

ଦୀପଟିଏ ଜାଳିଦେବା ପୂତ ଭାବନାରେ

ଅହଂ ଭାବ ଗର୍ବ କ୍ଷୋଭ ନରଖି ହୃଦରେ

ଆଲୋକ ପଥେ ଜୀବନ ଏ ଜୀବ ଦଶାରେ ।

ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଶରଧାରେ ଦେଇ

ଆଶିଷ ଲଭିବା ପାଇଁ ପ୍ରଣାମ ଜଣାଇ

ଆସ ଆସ ହେ ମହାତ୍ମା ଡାକେ ଆତୁରରେ

  ବଡ଼ ବଡୁଆ ହୋ ଆସ ବାରେ

        ବଡ଼ ବଡୁଆ ହୋ ଆସ ବାରେ

ଅନ୍ଧାରରୁ ଆଲୋକ ଦେଖେଇବା ପାଇଁ

    ବଡ଼ ବଡୁଆ ହୋ ଆସ ବାରେ ।


   


Rate this content
Log in

Similar oriya poem from Abstract