ଭକ୍ତି ଭାବର ନାବ ସେତ
ଭକ୍ତି ଭାବର ନାବ ସେତ
ମୁହୂର୍ତ୍ତଟେ ମାଗିନେଇ
ପାଇଗଲି ଯେବେ ଯୁଗପତ
ଅସ୍ତିତ୍ୱକୁ ସବୁ ପଢିନେଇ
ଭାବୁଥିଲି ପୁଣି ଏଯାବତ
କେମିତି ଏମିତି ଦୁନିଆଁର ନୀତି
ସଂକୀର୍ଣ୍ଣ କେବେ ପାରିଜାତ
କସ୍ତୁରୀ ଟିକିଏ ମାଗିଥିଲି
ମିଳିଗଲା ମତେ ଅନେଶତ
ତୁଳସୀ ଟିକିଏ ମାଗିନେଲି
ପାଇଗଲି ଚୈତନ୍ୟ ଶାଶ୍ୱତ
ବୁଝିପାରୁନାହିଁ କିଏ ଭାଗବତ
ଝୁଣ୍ଟିବାକୁ ଯାଇ ରକ୍ତପାତ
ଖୁଣ୍ଟିବାକୁ ଯାଇ ଆହତ
ଜାଣିଗଲି ମନ ଥିଲେ ସାରସ୍ୱତ
ଚେତନା ଚୈତନ୍ୟ ଆତଜାତ
ମୁଁ ଶବ୍ଦ ଯେବେ ପରାହତ
ତୁ ଶବ୍ଦ ମିଠା ନବଜାତ
ବୁଝି ହିଁ ପାରୁନି ମାଆ ଅଞ୍ଚଳ ନୁହେଁ
କେମିତି ଦେଉଳର ନେତ
ମାନ ଅଭିମାନ ପରାହତ
ସ୍ବପ୍ନ ସବୁ ଆଜି ଭୁଲୁଣ୍ଠିତ
ତଥାପି ସମୟ ଡାକେ ଠାରି ହାତ
ପରମ ଦୟାଳୁ ଜଗନ୍ନାଥ
ରଖ ଦୀନବନ୍ଧୁ କହେ ଭକ୍ତ
ଦାସିଆ ଗଲାଣି କଥା ରହିଅଛି କାଳକୁତ
ନଡ଼ିଆ ହେଲାଣି କଥାମୃତ
ସାଲବେଗ ପାଇଁ ରହିଥିଲା ରଥ
ନିୟତି ଖେଳେ ଧରି ମଣିଷ ହାତ
ଜୟ ଜଗନ୍ନାଥ ଫେଡ଼ ଆରତ
ଅନାଥଜନକୁ ରକ୍ଷା କର ଆହେ ନାଥ
ପରମ ଦୟାଳୁ ତୁମ୍ଭେ ଜଗନ୍ନାଥ
ମନ୍ଦିର ନେତ ସାତ ପଣତ
ସାହା ହେଉ ମାଆ ସନ୍ତାନ ନହେଉ
ଅରକ୍ଷ ଅନାଥ ସେତ ପରମଭକ୍ତ ।