Prasanta Beuria

Abstract

4.0  

Prasanta Beuria

Abstract

ଆର୍. ଆଇ. ପି.

ଆର୍. ଆଇ. ପି.

1 min
200


ମାଟି ହାଣ୍ଡି ଭାଙ୍ଗି ଗଲାପରେ, 

କୁମ୍ଭାର ଚକକୁ ସେଇ ମାଟି ଆଉ ଫେରେନା ।


ସୂତାରେ ଗୁନ୍ଥା ହୋଇ ସରିଥିବା ଫୁଲ, 

ସେଇ ସୂତାରେ ହିଁ ଶୁଖିଯାଏ, ଗଛକୁ ଫେରେନା । 


ଈଶ୍ୱର ବି ଲେଖି ଦେଇ ଯାଇଛନ୍ତି - 

ଜୀବନ ଥରେ ଚାଲିଗଲେ, ଆଉ ଘଟକୁ ଫେରେନା । 


ମୃତ୍ୟୁ ଯେବେ ଆସେ, ନିଜର କେହି ରହେନା, 

ସମୟ ସରିଲେ, ନିଜ ଲୋକ ସେଇ ମୁହଁରେ, 

ନିଆଁ ନ ଦେଇ ରହି ପାରେନା ।

   

ଜଳି ଯାଇଥିବା ସୂତାରେ କେହି ଲୁଗା ବୁଣେନା, 

ସକାଳେ ଫୁଟିଥିବା ଫୁଲ ସଞ୍ଜକୁ ରହେନା ।

 

ଏହି ଗଳିକୁ ଏକା ଆସିଥିଲି, ଏକା ମୁଁ ଯିବି ନା !

କିନ୍ତୁ -

ଜଣେ ଆୱାରା କୁକୁରର ସମାଧି ପାଖରେ ଲେଖା ଥିଲା - 

" ଜବ୍ ତକ୍ ଜୀଆ

ଗନ୍ଧାୟା ନହିଁ । "



Rate this content
Log in

Similar oriya poem from Abstract