STORYMIRROR

Santosh Kumar Ojha

Abstract Others

3  

Santosh Kumar Ojha

Abstract Others

ପ୍ରଶ୍ନ ସ୍ବାଧୀନତାକୁ

ପ୍ରଶ୍ନ ସ୍ବାଧୀନତାକୁ

1 min
169

         

ସ୍ବାଧିନତା !

ତୋ ମଥା ସିନ୍ଦୂର ବିନ୍ଦୁ

ଆଜି କିଆଁ ଖରା ବେଳେ

ନିଲାମ ହେଉଛି ?

କାଲି ଯିଏ ତୋ ପାଇଁ

ଏତେ ଲଢ଼ୁଥିଲା

ଆଜି କିଆଁ ପର ପାଖେ

ଗୋଲାମ ସାଜିଛି ??

ସ୍ବାଧିନତା !

କାଲି ତୁମ ଦୁଇ ଓଠ

ନାଲି ନାଲି ଦିଶୁଥିଲା ବେଳେ

ଆଜି କିଆଁ ଧୂସର ଦିଶୁଛି ?

କାଲି ତମେ ଜାକିଜୁକି

ବସୁଥିଲା ବେଳେ

ଆଜି କିଆଁ ତୁମ ଦେହୁ

ପଣତ ଖସୁଛି ??

ସ୍ବାଧିନତା !

କାଲି ତୁମେ ଫିକା ଫିକା

ଦିଶୁଥିଲା ବେଳେ

ଆଜି କିଆଁ ଉଜ୍ଜ୍ବଳ ଦିଶୁଛ ?

କାଲି ତୁମ ନୟନରେ

ଲାଜ ଥିଲା

ଆଜି କିଆଁ କଜ୍ବଳ ପିନ୍ଧିଛ ??

ସ୍ବାଧିନତା !

କାଲି ତୁମ ପାଦେ ଥିଲା

ଅଳତାର ଦାଗ

ଆଜି କିଆଁ ରୁଣୁଝୁଣୁ

ନୂପୁର ଖଞ୍ଜିଛ ?

କାଲି ତମେ ଝୁଣ୍ଟି ଝୁଣ୍ଟି

ଚାଲୁଥିଲା ବେଳେ

ଆଜି କିଆଁ ଓଡ଼ିଶୀ ନାଚୁଛ ?

ସ୍ବାଧିନତା !

କାଲି ତୁମେ ଡେଣା ଝାଡ଼ି

ଉଡ଼ୁ ଥିଲା ବେଳେ

ଆଜି କିଆଁ ପଞ୍ଜୁରୀ ଖୋଜଛ ?

କାଲି ତମେ 'ଜନ-ଗଣ'

ଗାଉ ଥିଲା ବେଳେ

ଆଜି କିଆଁ ମଞ୍ଜୁରୀ ମାଗୁଛ ??

             



Rate this content
Log in

Similar oriya poem from Abstract