STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନର ଜନ୍ମ ମୂଲ୍ୟ ତୁହି

ନର ଜନ୍ମ ମୂଲ୍ୟ ତୁହି

1 min
232


ତୁହି ମୋର ଭକ୍ତି ତୁହି ମୋର ପୂଜା


ଧନ ସମ୍ପତ୍ତି ହିଁ ମୋର,


ତୁହି ହିଁ ଆରାଧ୍ୟ ଜୀବନର ମଣି


ଜୀବନର ପଥ ମୋର।୧।


ଆଶ୍ରା କରିଅଛି ଚରଣ ତହର


ମିଳୁ ଥାଉ ସବୁ ଦିନ,


ଦେଖୂ ଥାଉ ନେତ୍ର ଚକାନୟନକୁ


ସତ୍ୟପଥେ ରହୁ ମନ।୨।


ସବୁ କାଳେ ତତେ ଭଜୁ ଥିବି ମୁହିଁ 


ଦେଖୁ ଥିବି ରୂପ ତୋର,


କର୍ମପଥେ ରହି କର୍ମ କରୁ ଥିବି


ରହୁ କରୁଣାଟି ଡୋର।୩।


କର୍ମପଥେ ମୋର ଶକ୍ତି ଦିଅ ନାଥ


ରାଷ୍ଟ୍ର କାର୍ଯ୍ୟ କରୁ ଥିବି,


ଜୀବନଟି ମୋର ରାଷ୍ଟ୍ର କାର୍ଯ୍ୟେ ରହୁ


ଜନସେବା କରୁ ଥିବି।୪।


ଜଗନ୍ନାଥ ନାମ ଗୁଞ୍ଜୁ ଥାଉ ମୁଖେ


ଗୁଞ୍ଜୁ ଥାଉ ନିତିଦିନି,


ହୃଦୟ କଣରେ ଦିଶୁ ଥାଉ ରୂପ


ଦେଖୁ ଥାଉ ପ୍ରତିଦିନି।୫।


ଇଚ୍ଛା ନାହିଁ ମୋର ଅନ୍ୟ ହିଁ କିଛିରେ


ପଦରେ ତୋହରି ଇଚ୍ଛା,


ସେହୁ ପଦ ହେଉ ଜୀବନ ରତନ


ପୂର୍ଣ୍ଣ କରୁ ଥାଅ ଇଚ୍ଛା।୬।


ଏତିକି ମାଗୁଣି ପ୍ରଭୁ ଜଗନ୍ନାଥ


ପୂର୍ଣ୍ଣ କର ଇଚ୍ଛା ମୋର,


ଭକ୍ତି ରହି ଥାଉ ନିକଟେ ତହର


ଏହି ମନବାଞ୍ଛା ମୋର।୭।


ଦିଅ ଆଶିର୍ବାଦ ମତେରେ କାଳିଆ


ଦେଖୁ ଥିବି ରୂପ ତୋର,


ବିଭୂଷଣ କର ପବିତ୍ର ରାଷ୍ଟ୍ରକୁ


ଭରୁ ବୈଭବରେ ତାର।୮।


ହେଉ ସର୍ବଶକ୍ତି ବିଶ୍ବର ମଧ୍ୟରେ


କୃଷ୍ଣ ରାମ ନାମ ଗୁଞ୍ଜୁ,


ଜଗନ୍ନାଥ ନାମ ବିଶ୍ବେ ଗୁଞ୍ଜୁ ଥାଉ


ଠାକୁର କାଳିଆ ଗୁଞ୍ଜୁ।୯।


ତୁମେ ମୋର ଭକ୍ତି ତୁମେ ମୋର ପୂଜା


ଧନ ସମ୍ପତ୍ତି ହିଁ ମୋର,


ତୁହି ହିଁ ଆରାଧ୍ୟ ଜୀବନର ମଣି


ଜୀବନର ପଥ ମୋର।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract