Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Abstract Inspirational

4.0  

Ramani Kanta Sahu

Abstract Inspirational

ପ୍ରକୃତିର ଅଭିଶାପ

ପ୍ରକୃତିର ଅଭିଶାପ

1 min
258



ପ୍ରକୃତିକୁ ଜୟ କରିବାର ଅଭୀପ୍ସା

ପ୍ରକୃତିକୁ ଆୟତ୍ତ କରିବାର ଅପଚେଷ୍ଟା

ନିଜକୁ ବିଶ୍ୱ ବିଜୟୀ ବୋଲାଇବାର ଅହଂକାର

ସମ୍ପୂର୍ଣ୍ଣ ଚୂର୍ଣ୍ଣ ଆଜି

କି, ଅସହାୟ ମଣିଷ !


ପ୍ରକୃତିର ସବୁଜିମାକୁ 

ପ୍ଲାଷ୍ଟିକ୍ ଚଦରରେ ଘୋଡେଇବାକୁ ଚେଷ୍ଟା କରୁଥିବା ମଣିଷ

ନିଜେ ଘୋଡେଇ ହଉଛି ପ୍ଲାଷ୍ଟିକ୍ ରେ

ପାଦରୁ ମୁଣ୍ଡ ପର୍ଯ୍ୟନ୍ତ

କି,ଉପହାସ ପ୍ରକୃତି ଦ୍ୱାରା !


ଚନ୍ଦ୍ର ପୃଷ୍ଠରେ ଧ୍ବଜା ଉଡେଇ 

ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି ବୋଲାଉଥିବା ମଣିଷ

ତୁଣ୍ଡି ବାନ୍ଧି ଘରେ ଲୁଚିଛି

ଭ୍ୟାକ୍ ସିନ୍ ର ସନ୍ଧାନରେ

ଲଜ୍ଜିତ ଆଜି ବିଜ୍ଞାନୀ ମଣିଷ ପ୍ରକୃତି ଆଗରେ।


ନିଜକୁ ସର୍ବଶକ୍ତିମାନ୍ ବୋଲାଉଥିବା ଯୋଦ୍ଧା

ପରାସ୍ତ ଆଜି

ସାମାନ୍ୟ ଏକ ଭୂତାଣୁ ଦ୍ୱାରା

ପ୍ରକୃତି କୁ ଧ୍ୱଂସାଭିମୁଖୀ କରିଥିବା ମଣିଷ

ବିଚଳିତ ଆଜି ନିଜ ଅସ୍ତିତ୍ବ ପାଇଁ।


ନିଜକୁ ସାମାଜିକ ପ୍ରାଣୀ ବୋଲାଉଥିବା ମଣିଷ

ନାରା ଦଉଛି ସାମାଜିକ ଦୁରତାର

ନିଜକୁ ନିଜେ କରିଛି ଅସ୍ପୃଶ୍ୟ

ଏହା କ'ଣ ପ୍ରକୃତିର ଅଭିଶାପ ନୁହଁ !


ପ୍ରକୃତିର କୋଳ ସମସ୍ତ ଜୀବଜଗତ ପାଇଁ

ସମଗ୍ର ଜୀବଜଗତ ସହିତ ସମନ୍ୱୟ ଓ ସନ୍ତୁଳନ ରେ ହିଁ 

ହସି ଉଠିବ ପ୍ରକୃତି

ଏହା ହିଁ ସମୟର ଆହ୍ୱାନ।


Rate this content
Log in

Similar oriya poem from Abstract