STORYMIRROR

Ramani Kanta Sahu

Inspirational Children

4  

Ramani Kanta Sahu

Inspirational Children

ସ୍ଵାଧୀନ ଭାରତର କଳିକା

ସ୍ଵାଧୀନ ଭାରତର କଳିକା

1 min
365


ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା 

ଆଖିରେ ରଖ ଆଖିଏ ସପନ, ହ୍ରୁଦୟରେ ବିଶ୍ବାସ ଅସୀମ

ହୁଅ କର୍ମବୀର,ଆଗେ ପଥ ବହୁଦୂର

ଆଗେଇଚାଲ......

ଗାଇ ଗାଇ ଭାରତର ଜୟ ଗୀତିକା

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।


ତମେ ସୈନିକ, ତମେ ବୈଜ୍ଞାନିକ,ତମେ ଶିକ୍ଷକ

ତମେ ପ୍ରଶାସକ,ତମେ ଦେଶ ଭବିଷ୍ୟତ

ହୁଅ ଅଗ୍ରସର,ଲକ୍ଷ୍ୟପଥେ ତମ

ଗାଇ ଗାଇ ଜୀବନ ଗୀତିକା

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।

  

ତମ ଜ୍ଞାନାଲୋକେ ଝଲସିବ ଦୁନିଆ

ତମେ ଜ୍ଞାନ ଆକାଶର ନୂଆ ତାରକା.......

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।


ତମେ ଗଢିବ ସ୍ଵଛ ଭାରତ

ତମେ

ଗଢିବ ସବୁଜ ବଳୟ

ତମେ ଦେଖାଇବ ରାହା ରାହା ନୂଆ ନୂଆ

ପ୍ରଗତିର କଥା କହି କହିକା

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।


ନାହିଁ ଭେଦଭାବ ,ନାହିଁ ବାଛ ବିଚାର

ଭାଷା ଅନେକ,ଭାବନା ଏକ

ବଢିଚାଲ ତମେ

ଭାତୃଭାବର ଗୀତି ଗାଇ ଗାଇକା....

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।


ଦେଶ ବିକାଶର ତମେ କର୍ଣଧାର

ତମେ ଭବିଷ୍ୟତ ଦେଶ ଗଠନର

ଆଗେଇନିଅ,ଦେଶ ଆମର

ସଫଳତା ର କାତ ବାହି ବାହିକା......

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।


ଭାରତମାତାର ତମେ ସୁସନ୍ତାନ

ଦେଶ ବିଦେଶରେ ତା ର ରଖିବ ନାଁ

ତା ର ସେବା କରି କରିକା....

ତମେ ସ୍ଵାଧୀନ ଭାରତର କଳିକ।, ଗାଇଯାଅ ଦେଶ ମାତୃକାର ଗୀତିକା ।


Rate this content
Log in

Similar oriya poem from Inspirational