Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଅଚ୍ୟୁତ ଙ୍କ ଗାରହାଡିଦାସ ଠାର

ଅଚ୍ୟୁତ ଙ୍କ ଗାରହାଡିଦାସ ଠାର

3 mins
6



ଅଚ୍ୟୁତ ଙ୍କ ଗାର ଆଉ ହାଡିଦାସ ଠାର

ସାଧୁଙ୍କର ଦୂର ଦୃଷ୍ଟି ମାଳିକା ସେ ସାର ।

ଜ୍ଞାନନେତ୍ରେ ସାଧୁସନ୍ଥ ଦେଖିଥିଲେ ଯାହା

ବିଜ୍ଞାନ ଯୁଗରେ ଏବେ ସତ ହୁଏ ତାହା ।


ମହାପୁରୁଷଙ୍କ ବାଣୀ ହେଉଅଛି ସତ

ମଣିଷ ପିଉଛି ଶୋଷି ମଣିଷ ରକତ।

ପିଶାଚ ଠୁ ବିଳିଯାଏ ଏ ମଣିଷ ଆଜି

ମଣିଷ ପଣିଆ ତାର ଯାଉଅଛି ହଜି ।।


ବଜ୍ରପାତ ହୋଇ ଦେଖ ମନ୍ଦିର ଭାଙ୍ଗୁଛି 

ନୀଳଚକ୍ର ପରେ ଏଣେ ଚିଲ ଯେ ବସୁଛି ।

ବୁକୁଫଟା ଦୁର୍ଘଟଣା ନିଇତି ହେଉଛି

ଅକାଳରେ ଅଗଣିତ ଯିବନ ଯାଉଛି ।


ମାଳିକାରେ ଲେଖା ଅଛି ଦୁନିଆ ବୁଡିବ

ସମୁଦ୍ର ଆସିବ ମାଡି ସବୁ ଧୋଇ ନେବ।

ମିଛ ନୁହଁ କଥା ସତ ସୁନାମୀ ହେଉଛି

ସହର ମାନଙ୍କୁ ସେତ ଉଜାଡି ଦେଉଛି ।


ମହାପୁରୁଷଙ୍କ ବାଣୀ ମାଳିକା ବଚନ

ପ୍ରାକୃତିକ ଦୁର୍ବିପାକ ଦେବରେ କଷଣ।

ଭୂମିକମ୍ପ ଝଡ ବାତ୍ୟା ନଦୀ ବଢି ହୁଏ

ଆଖିପିଛୁଳାକେ ସବୁ ଧ୍ବଂସ ହୋଇଯାଏ।


ବଦଳୁଛି ପାଣିପାଗ ବଦଳଇ ଋତୁ

ଶ୍ରାବଣ ମାସରେ ଜଳେ ନିଆଁ ହୁତୁହତୁ।

ଅଦିନେ ବରଷା ଝଡି ଉଜାଡେ ଦୁନିଆ

କାଳ ବଇଶାଖି ଏବେ କରୁଛି ଛାନିଆ ।


ଅଜଣା ରୋଗ ବେମାରୀ ମାଡ଼ି ଆସୁଛନ୍ତି

ମଣିଷ ର ସୁଖ ଶାନ୍ତି ନେଉଛନ୍ତି ଲୁଟି ।

ଲେଖି ଥିଲେ ଅଚ୍ୟୁତ ଯେ ସେ ମହାପୁରୁଷ

ବଳଦ ପରି ତ ତୁଣ୍ଡି ପିନ୍ଧିବେ ମଣିଷ ।


ତାଟି କବାଟ ପଡିବ ବେମାରୀ ଭୟରେ

ନଦିଶିବେ ଲୋକବାକ ବାଟରେ ଘାଟରେ ।

ରୋଗ ଠାରୁ ରୋଗୀକୁ ତ ସଭିଏଁ ଡରିବେ

ଆପଣା ମଣିଷକୁ ସେ ବଇରୀ ମଣିବେ।


ମହାପୁରୁଷ ଙ୍କ ବାଣୀ ହୋଇଅଛି ସତ

ବିଜ୍ଞାନ ଯେଉଁଠି ଭୟେ ଟେକିଦେଲା ହାତ ।

ଆସିଲା ଏମିତି ରୋଗ ବିଶ୍ବକୁ ଗ୍ରାସିଲା

ଜୀଇବା ମରିବା ସବୁ ଅସହ୍ୟ ହୋଇଲା ।


ମାଳିକା ରେ କଥା ପୁଣି ଲେଖା ଅଛି ସେତ

ଯୁଦ୍ଧ ର ଆତଙ୍କେ ହେବ ବିଶ୍ବ ଆତଙ୍କିତ ।

ଯୁଦ୍ଧଂଦେହୀ ଯୁଦ୍ଧଂଦେହୀ ଡାକ ଶୁଭେ ନିତି

ମହାଶକ୍ତି ମାନେ ସବୁ ଗର୍ଜନ କରନ୍ତି।


ଅଣୁ ପରମାଣୁ ଯୁଦ୍ଧ ବିଭୀଷିକା ମୟ

କମାଣର ଗରଜନେ ମଣିଷ ଅଥୟ ।

ଇରାନ୍ ରୁ ୟୁକ୍ରେନ କୋରିଆ ରୁଷିଆ

ସାରା ଦୁନିଆକୁ ଯୁଦ୍ଧ କରୁଛି ଛାନିଆ।


ମହାପୁରୁଷ ଯେ ତାଙ୍କ ଦିବ୍ୟ ଦୃଷ୍ଟିବଳେ

କଥାଟିଏ ହେବ ସତ ସେତ ଲେଖିଥିଲେ ।

ବିରାଟ କଟକ ସେହି ଚୌଦ୍ବାର ନଗରେ

ଅସାଧୁ ମାନେତ ଠୁଳ ହେବେ ସେହିଠାରେ।


ମଣ୍ଡଳ କାରାଗାର ତ ପ୍ରତିଷ୍ଠା ହୋଇଛି

ଅସାଧୁ ଜନଙ୍କ ମେଳ ସେଠାରେ ହେଉଛି ।

ସାରାରାଜ୍ଯ ଅପରାଧୀ ସେଠାରେ ରୁହନ୍ତି

ମାଳିକା ବଚନ ସତ ହୋଇଛି ସେଇଠି।


ଦୂରଦୃଷ୍ଟି ବଳେ ସାଧୁ ପାରିଥିଲେ ଦେଖି

ଧନ ଥିବ ପାଖେ ହେଲେ ନଥିବଟି ଶାନ୍ତି।

ଶହେରୁଶହେ କଥାଟି ହୋଇଅଛି ସତ

ମହରଗ ସୁଖଶାନ୍ତି ସବୁରି ଘରେତ ।


କ୍ଷଣକ୍ଷଣକେ ପୃଥିବୀ ଯାଉଛି ବଦଳି

ପାରିବାରିକ ବନ୍ଧନ ଯାଉଛି ହୁଗୁଳି ।

ବିବାହିତ ଝିଅ ଖୋଜେ ବାପର ସମ୍ପତ୍ତି

ପୁଅ ହୁଏ ପର ,ପାହି ଗଲେ ମଧୁରାତି ।


ଆକାଶ ଛୁଉଁଛି ଘର ଲୋକ ତ ନାହାନ୍ତି

ବୁଢ଼ା ବୁଢ଼ୀ ଚୌକିଦାର ଘର ଜଗିଛନ୍ତି।

ବିଦେଶରେ ପୁଅ ବୋହୁ ଡଲାର ଗଣନ୍ତି

ବାପା ମାଆଙ୍କର ମଡ଼ା ପଡୋଶୀ ଉଠାନ୍ତି।


ଛାଡ଼ପତ୍ର ଏବେ ଏକ ସାଧାରଣ କଥା

ପରକିୟା ପ୍ରେମ ପୁଣି କରେ ମୁଣ୍ଡ ବ୍ୟଥା।

ବିଭା ନହୋଇତ ଏବେ ଯୁବକ ଯୁବତୀ

ସ୍ବାମୀ ସ୍ତ୍ରୀଙ୍କ ପରି ସେତ ଏକାଠି ରୁହନ୍ତି ।



ମାଳିକା ର କଥା ସେତ ହେଉଅଛି ସତ

ନେତାମାନେ ଷୋଷୁଛନ୍ତି ମଣିଷ ଙ୍କ ରକ୍ତ ।

କଥା କୁହାଳିଆଙ୍କର ଏବେ ବେଶି ଭାଉ

ମିଠା କଥା କହି ସେତ ସାଧିଥାନ୍ତି ଦାଉ।


ପାପକରିବାକୁ ଆଉ ମନେ ନାହିଁ ଘୃଣା

ପଛକେ ଜେ'ଲ୍ ଯାଇ ପେଲନ୍ତୁ ସେ ଘଣା।

ରାଜକର୍ମଚାରୀ ରାଜକୋଷ କୁ ଲୁଟନ୍ତି

ଲାଞ୍ଚ ପାଇଁ ସମସ୍ତେ ତ ପାଗଳ ହୁଅନ୍ତି।


ମାଳିକା ର କଥା ସେତ ଗାଆଁ ଠୁ ସହର

ଉଛୁଳିବ ମାଂସ ଆଉ ମଦ ର ଯୁଆର ।

ଗାଆଁ ରେ ବିଦେଶୀ ମଦ ଦୋକାନ ଖୋଲଇ

ଏପଟେ ବାପ ସେପଟେ ପୁଅ ଯେ ପିଅଇ।


ଧର୍ମ ନାମେ ବ୍ୟଭିଚାର ମାଳିକା ବଚନ

ଏମିତି ଘଟଣା ଏବେ ଘଟେ ପ୍ରତିଦିନ।

ଭଣ୍ଡ ବାବାମାନେ ସବୁ ଆଶ୍ରମ ଖୋଲନ୍ତି

ଧରମ ନାଁଆରେ କେତେ ଅନୀତି କରନ୍ତି।


ମହାପୁରୁଷ ଅଚ୍ୟୁତ ଟାଣି ଛନ୍ତି ଗାର

 ଭାରତ ଭୂଖଣ୍ଡ ହେବ ଜଗତରେ ସାର ।

ପଡୋଶୀ ଆମର ଯେତେ ହେଉଥିଲେ କାଳ

ଆମକୁ ମାଗନ୍ତି ଭିକ୍ଷା ଧରି ଭିକ୍ଷାଥାଳ।


ଶ୍ରୀଲଙ୍କା ରୁ ତୁର୍କୀ ଯାଏ ପୁଣି ପାକିସ୍ତାନ

ବଇରୀ ଆମ ସେମାନେ କାଳେ କାଳେ ଜାଣ ।

ଏବେ ଆମପାଖେ ସବୁ ମୁଣ୍ଡ କୁ ନୁଆଇଁ

ମିନତି କରନ୍ତି ସେତ ସାହାୟତା ପାଇଁ।


କଥାଟିଏ ମାଳିକା ରେ ଲେଖା ଥିଲା ସେତ

ନୂଆ ଗ୍ରହ ଉପଗ୍ରହ ହୋଇବେତ ଯାତ ।

ସୂର୍ଯ୍ୟ ଙ୍କ ଠୁ ପୀଣ୍ଡ ଏବେ ଅଲଗାତ ହୋଇ

ମାଳିକା କଥା କୁ ସେତ ଯାଏ ଦୋହରାଇ ।


ସାଧୁ ସନ୍ଥ ଙ୍କର ବାଣୀ ମାଳିକା ବଚନ

ନିଶ୍ଚୟ ହୋଇବ ସତ ହେବନାହିଁ ଆନ।

ସେ କଥାକୁ ନିଶ୍ଚେ ଆମେ ଧିଆନ ଦେବାଟି

ଅଣହେଳା କଲେ ଦୁଃଖେ ହୋଇବାରେ ଘାଣ୍ଟି ।


ଦେବାନି ପ୍ରଶୟ ଯମା ଅନ୍ୟାୟ ଅନୀତି

ମାୟା ମୋହ ଲୁଟିନିଏ ମଣିଷ ର ଶାନ୍ତି।

ପରିବେଶ ସୁରକ୍ଷା କୁ ଦେବା ଆମେ ଦୃଷ୍ଟି

ନହେଲେ ନିର୍ଦୟ ନିଶ୍ଚେ ହୋଇବ ପ୍ରକୃତି ।


ଆରମ୍ଭ ରୁ ଧର୍ମ ଧନ କଲେ ଅରଜନ 

ପଛକୁ ନଥିବ ଭୟ ସୁଖେ ଯିବ ଦିନ ।

ଦୁଃଖ ଅବସାଦ ସବୁ ନିଶ୍ଚେ ହେବ ଦୂର

ଜପିଲେ ଶ୍ରୀ ଜଗନ୍ନାଥ ସଦା ନିରନ୍ତର।





Rate this content
Log in

Similar oriya poem from Abstract