STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ରୋଗୀ ନିରାପତ୍ତା ଦିବସ

ରୋଗୀ ନିରାପତ୍ତା ଦିବସ

1 min
199


ଆଜି ସେପ୍ଟେମ୍ବର ସତର   ଏକ ମହାନ ଦିବସ

ବିଶ୍ବ ରୋଗୀ ନିରାପତ୍ତା ଦିବସ ପାଳନ କରେ ବିଶ୍ବ


 ଡାକ୍ତରୀ ବିଦ୍ୟାର ଉଦ୍ଦେଶ୍ୟ ଅଟଇ ସର୍ବେ ଶୁଣ

ରୋଗବିଲୋପନ ବିଶ୍ବରୁ କରି ରୋଗୀ କଲ୍ୟାଣ


ରୋଗରୁ ମୁକତି ଦେଇଣ ବିଶ୍ବେ ସୁଖୀ ଜୀବନ

ପ୍ରତିଷ୍ଠା କରିବା ନିମିତ୍ତ ଏହା କରେ ଉଦ୍ୟମ


ରୋଗୀର ଚିକିତ୍ସା ସମୟେ ରହେ ସବୁରି ଧ୍ୟାନ

ରୋଗ ଭଲ ହେବା ସାଙ୍ଗକୁ ରୋଗୀ ସୁରକ୍ଷା ଧ୍ୟାନ


 ରୋଗୀ ନେଉଥିବା ଡାକ୍ତରୀ କାର୍ଯ୍ୟକଳାପମାନ

ହେବା କଥା ସେସବୁ ପାର୍ଶ୍ବ ପ୍ରତିକ୍ରିୟା ବିହୀନ


ରୋଗ ଭଲ ହେଉ ନହେଉ ରୋଗୀ କ୍ଷତି ନ ସହୁ

ରୋଗୀ ନିରାପତ୍ତା ସବୁରି ପ୍ରଧାନ ଧ୍ୟେୟ ହେଉ

 

ଭୁଲ୍ ଚିକିତ୍ସାରେ କାହାରୀ ଜୀବ କେବେ ନଯାଉ

ଚିକିତ୍ସକ ଦଳ ସର୍ବଦା ଏହା ପ୍ରାଧାନ୍ୟ ଦେଉ


ବିଶ୍ବ ରୋଗୀ ନିରାପତ୍ତା ଦିବସେ ମୋର ଏ ନିବେଦନ

ଚିକିତ୍ସକ ସର୍ବେ ଦିଅ ହେ ରୋଗୀ ନିରାପତ୍ତାରେ ଧ୍ୟାନ


ଏ ପୁଣ୍ୟ ଦିବସେ କର ହେ ଏହି ମହାନ ଚିନ୍ତନ

ସାରା ବିଶ୍ବେ ନିରାପଦ ହେ ରହୁ ରୋଗୀ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract