Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ଭୋଦୁଅ ଜହ୍ନ

ଭୋଦୁଅ ଜହ୍ନ

1 min
173


ବରଷା ସହିତ ଲୁଚିଲା ସପନ

ଲୁଚିଗଲା କଳାରାତି

ଭୋଦୁଅର ଜହ୍ନ ଆଖିରେ ଢାଳୁଛି

ଜୋଛନାରେ ଭିଜା ପ୍ରୀତି I

ଓଦା ଓଦା ମାଟି ଭିଜା ଭିଜା ମନ

ନଈରେ ଭାସୁଛି ନାଆ

କାଚକେନ୍ଦୁ ପାଣି ମୁହଁ ଦିଶିଯାଏ

ଆସୁଛନ୍ତି ପରା ମାଆ I

ଅଳପ ଅଳପ ବିଳାପ ଶୁଭୁଛି

ପ୍ରିୟା ହେଲା ପରବାସି

ଆଖି ଛୁଇଁଯାଏ ଜହ୍ନର ଦେହକୁ

କଇଁ ଦେଉଥାଏ ହସି I

ଧୋବଲା କେଶରେ କାଶତଣ୍ଡୀ ହସେ

ପବନ ଖେଳାଏ ଦୋଳି

ବେସୁରା ରାଗିଣୀ କାନେ ବାଜୁଥାଏ

ହସୁଥାଏ ବଣମଲ୍ଲୀ I

        


Rate this content
Log in

Similar oriya poem from Abstract