STORYMIRROR

Sarojini Mishra

Abstract Inspirational

4  

Sarojini Mishra

Abstract Inspirational

ପ୍ରେମ-ଏକ ଅଭିବ୍ୟକ୍ତି

ପ୍ରେମ-ଏକ ଅଭିବ୍ୟକ୍ତି

1 min
339

ପ୍ରେମ,

ସୀମିତ ଭିତରେ

ଅସୀମତାର

ବ୍ୟକ୍ତି ଭିତରେ ଗୋଷ୍ଠୀର

ସୁନ୍ଦର ଭାବଟିଏ ।


ପ୍ରେମ,

ଅଦେଖା ସ୍ପର୍ଶ ଟିଏ

ଯାହା ମାଆ ପେଟରୁ

ଶ୍ମଶାନ ପର୍ଯ୍ଯନ୍ତ 

ତାର ସ୍ଵାକ୍ଷର ଆଙ୍କି ଦେଉଥାଏ ।


ପ୍ରେମ,

ଚ଼ଢ଼େଇ ର ଚଞ୍ଚୁର 

ଆହାର ଦିଆ ମୁହୂର୍ତ୍ତ ଠାରୁ

ଛୁଆକୁ ଖଣ୍ଡି ଉଡ଼ା

ଶିଖାଇବା ପର୍ଯ୍ୟନ୍ତ 

ପୁଣି,

ଆତ୍ମିକ ଖୁସୀରେ ବିଭୋର 

ହେବାର ମୁହୂର୍ତ୍ତ ଟିଏ ।


ପ୍ରେମ,

ଶ୍ରଦ୍ଧାର ରାକ୍ଷୀ ଟିଏ

ସ୍ନେହମଖା ପ୍ରତିଶୃତି ଟିଏ

ଆଉ,

ଛିଣ୍ଡା ପଣତରେ ନିର୍ଭୟତା ର

ଅନୁଭବ ଟିଏ ।


ପ୍ରେମ,

ସପନ ର ଝୁଡି ଟିଏ

ଯେଉଁଠି ନିଜଠୁ ଅଧିକ

ଅନ୍ୟ ମାନଙ୍କର 

ସପନ ର ଭିଡ଼ ରେ

ଆତ୍ମସନ୍ତୋଷ ମାନେ 

ଅବ୍ୟକ୍ତ ଆନନ୍ଦରେ 

ମୁଣ୍ଡ ଟୁଙ୍ଗାରୁଥାନ୍ତି ।


ପ୍ରେମ,

ଏମିତି ମନ୍ତ୍ର ଟିଏ

ଯାହାର ସ୍ପର୍ଶରେ 

ଅରଣା ମଇଁଷି ବି

ପୋଷା ମାନିଯାଏ

ଆଉ ,

ଦୁନିଆଟା ଆପଣାର ଲାଗେ ।


ପ୍ରେମ,

ଏମିତି ଏକ ଆଭୂଷଣ ଟିଏ

ଯାହା ମଣିଷର ଚେହେରାରେ

ବ୍ୟକ୍ତିତ୍ଵକୁ ଉକୁଟାଉ ଥାଏ ।


ପ୍ରେମ,

ଏମିତି ଏକ ଶଦ୍ଦଟିଏ

ଯେଉଁଥିରେ ତ୍ୟାଗ, ଶ୍ରଦ୍ଧା,

ସମ୍ମାନର ମାତ୍ରା ଯୋଡି ହୋଇ

ବାନ୍ଧି ହୋଇଥାଏ।


ପ୍ରେମ,

ଏମିତି ଏକ ଉଚ୍ଛ୍ଵାସ ଟିଏ

ଯିଏ କେବେ କା ଗଭାର

ସୁନ୍ଦର ଗୋଲାପ ଟିଏ

ଅବା,

ସମର୍ପିତ ଭାବନାର

ପ୍ରୀତି ଫୁଲଟିଏ ।


ପ୍ରେମ,

ଏମିତି ଏକ ଅନୁଭବ ଟିଏ

ଯିଏ ବ୍ୟକ୍ତି ରୁ ଗୋଷ୍ଠୀକୁ

ଅଳୀକରୁ ଶାଶ୍ଵତ କୁ

ସ୍ୱାର୍ଥରୁ ତ୍ୟାଗକୁ

ମୋହରୁ ମୋକ୍ଷ କୁ

ଲମ୍ବିଯାଇ ଥିବା 

ସୁନ୍ଦର ସେତୁ ଟିଏ

ଯିଏ କିଛି ନକହି ବି

ପରିବର୍ତ୍ତନକୁ ଆବାହନ କରିପାରେ।



Rate this content
Log in

Similar oriya poem from Abstract