ପ୍ରେମ-ଏକ ଅଭିବ୍ୟକ୍ତି
ପ୍ରେମ-ଏକ ଅଭିବ୍ୟକ୍ତି
ପ୍ରେମ,
ସୀମିତ ଭିତରେ
ଅସୀମତାର
ବ୍ୟକ୍ତି ଭିତରେ ଗୋଷ୍ଠୀର
ସୁନ୍ଦର ଭାବଟିଏ ।
ପ୍ରେମ,
ଅଦେଖା ସ୍ପର୍ଶ ଟିଏ
ଯାହା ମାଆ ପେଟରୁ
ଶ୍ମଶାନ ପର୍ଯ୍ଯନ୍ତ
ତାର ସ୍ଵାକ୍ଷର ଆଙ୍କି ଦେଉଥାଏ ।
ପ୍ରେମ,
ଚ଼ଢ଼େଇ ର ଚଞ୍ଚୁର
ଆହାର ଦିଆ ମୁହୂର୍ତ୍ତ ଠାରୁ
ଛୁଆକୁ ଖଣ୍ଡି ଉଡ଼ା
ଶିଖାଇବା ପର୍ଯ୍ୟନ୍ତ
ପୁଣି,
ଆତ୍ମିକ ଖୁସୀରେ ବିଭୋର
ହେବାର ମୁହୂର୍ତ୍ତ ଟିଏ ।
ପ୍ରେମ,
ଶ୍ରଦ୍ଧାର ରାକ୍ଷୀ ଟିଏ
ସ୍ନେହମଖା ପ୍ରତିଶୃତି ଟିଏ
ଆଉ,
ଛିଣ୍ଡା ପଣତରେ ନିର୍ଭୟତା ର
ଅନୁଭବ ଟିଏ ।
ପ୍ରେମ,
ସପନ ର ଝୁଡି ଟିଏ
ଯେଉଁଠି ନିଜଠୁ ଅଧିକ
ଅନ୍ୟ ମାନଙ୍କର
ସପନ ର ଭିଡ଼ ରେ
ଆତ୍ମସନ୍ତୋଷ ମାନେ
ଅବ୍ୟକ୍ତ ଆନନ୍ଦରେ
ମୁଣ୍ଡ ଟୁଙ୍ଗାରୁଥାନ୍ତି ।
ପ୍ରେମ,
ଏମିତି ମନ୍ତ୍ର ଟିଏ
ଯାହାର ସ୍ପର୍ଶରେ
ଅରଣା ମଇଁଷି ବି
ପୋଷା ମାନିଯାଏ
ଆଉ ,
ଦୁନିଆଟା ଆପଣାର ଲାଗେ ।
ପ୍ରେମ,
ଏମିତି ଏକ ଆଭୂଷଣ ଟିଏ
ଯାହା ମଣିଷର ଚେହେରାରେ
ବ୍ୟକ୍ତିତ୍ଵକୁ ଉକୁଟାଉ ଥାଏ ।
ପ୍ରେମ,
ଏମିତି ଏକ ଶଦ୍ଦଟିଏ
ଯେଉଁଥିରେ ତ୍ୟାଗ, ଶ୍ରଦ୍ଧା,
ସମ୍ମାନର ମାତ୍ରା ଯୋଡି ହୋଇ
ବାନ୍ଧି ହୋଇଥାଏ।
ପ୍ରେମ,
ଏମିତି ଏକ ଉଚ୍ଛ୍ଵାସ ଟିଏ
ଯିଏ କେବେ କା ଗଭାର
ସୁନ୍ଦର ଗୋଲାପ ଟିଏ
ଅବା,
ସମର୍ପିତ ଭାବନାର
ପ୍ରୀତି ଫୁଲଟିଏ ।
ପ୍ରେମ,
ଏମିତି ଏକ ଅନୁଭବ ଟିଏ
ଯିଏ ବ୍ୟକ୍ତି ରୁ ଗୋଷ୍ଠୀକୁ
ଅଳୀକରୁ ଶାଶ୍ଵତ କୁ
ସ୍ୱାର୍ଥରୁ ତ୍ୟାଗକୁ
ମୋହରୁ ମୋକ୍ଷ କୁ
ଲମ୍ବିଯାଇ ଥିବା
ସୁନ୍ଦର ସେତୁ ଟିଏ
ଯିଏ କିଛି ନକହି ବି
ପରିବର୍ତ୍ତନକୁ ଆବାହନ କରିପାରେ।