STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ବାପା

ବାପା

1 min
276


ବିବାହ କରିଲି ଯୁବକ ହେବାରୁ

   ଦୀର୍ଘ ଭବିଷ୍ଯତ ପାଇଁ

ଏକ ବର୍ଷ ପରେ ପୁତ୍ରଟିଏ ହେଲା

   ଆନନ୍ଦେ ନାଚିଲି ମୁହିଁ।୧

ସଭିଙ୍କୁ କହିଲି ବାପା ହୋଇଗଲି

   ବାପା ତୁମେ ଜେଜେ ହେଲ

ମାଆଙ୍କୁ କହିଲି ଜେଜି ଆଜିକାଲି

   ଡାକଟେ ଶୁଣିବ ଭଲ।୨

ପତ୍ନୀଙ୍କର କିନ୍ତୁ ପେଟକଟା ପରେ

   ପୁତ୍ରଟିଏ ଜନ୍ମ ଦେଇ

ଏକୋଇଶା ମୋଟେ ଯାଇନାହିଁ କିନ୍ତୁ

   ପତ୍ନୀ ପରପାରି ଯାଇ।୩

ଚାରିଦିଗ ମୋର ଅନ୍ଧକାର ହେଲା

   ପୁତ୍ରର ମୁଖକୁ ଚାହିଁ

ସବୁ ଦୁଃଖ କଷ୍ଟ ସହିବାକୁ ହେଲା

   ଆଉ ବାହା ହେଲି ନାହିଁ।୪

ବାପା ମାଆ ବନ୍ଧୁ ଆଉ ପରିବାର

   କହୁଥିଲେ ଆଉ ଥରେ

ବିବାହ କରିକି ସଂସାର ସୁଖରେ

   ଏତେ କୁଣ୍ଠା କାହିଁକିରେ?୫

ନିଜର ଲୁହକୁ ପିଇଲି ସର୍ବଦା

   ପୁତ୍ର ପାଇଁ ଶ୍ରମ କଲି

ପାଠ ପଢା଼ଇକି ଅଫିସର କରି

   ସମ୍ମାନ ବଢା଼ଇ ଦେଲି।୬

ପୁତ୍ର ଇଛା ମତେ ବିବାହ କରିଲା

   ରହିଲା ଦୂର ସହରେ

ମୋତେ ବୃଦ୍ଧାଶ୍ରମେ ଭକ୍ତିରେ ରଖିଲା

   ଅନନ୍ତ ପ୍ରେମ ହୃଦରେ।୭

ବର୍ଷକରେ ଥରେ ନେଇକି ତା' ପାଖେ

   ରଖିକି ପାଳନ କରେ

କୁଆଡେ ତା' ନାମ ଏ ଫାଦରସ୍ ଡେ଼

   ପୋଷାକ ପିନ୍ଧାଇ ବାରେ।୮

ଜାକ ଜମକରେ ସେ ଗୋଟିଏ ଦିନ

   ରଖିକି ପୁଣିରେ ମୋତେ

ବୃଦ୍ଧାଶ୍ରମେ ନେଇ ଛାଡି଼ ଆସିଯାଏ

   ଧନ୍ଯ ମୁଁ ବାପା ଏ ମର୍ତ୍ତ୍ଯେ।୯

ମୋର ପରି ବାପା ନ ହୁଅ ମହୀରେ

   ଈଶ୍ବରଙ୍କୁ ଡାକୁଅଛି

ହୀନ କପାଳ ମୋ' ପ୍ରାରବ୍ଧ ଭୋଗୁଛି

   କାହିଁକି ବଞ୍ଚି ରହିଛି?୧୦

         


Rate this content
Log in

Similar oriya poem from Abstract