Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Abstract Others

4  

Arjuni charan Behera

Abstract Others

ରେଡ଼ିଓର ବେଦନା

ରେଡ଼ିଓର ବେଦନା

1 min
269



ନାମ ମୋହର ରେଡ଼ିଓ ଜନକ ମାର୍କୋନି l

ନୋବେଲବିଜୟୀ ସିଏ ଇଟାଲୀ ବିଜ୍ଞାନୀ ll

ତାର ଦରକାର ନାହିଁ ନାମ ମୋ ବେତାର l

ଶବ୍ଦ ତରଙ୍ଗେ ମୁଁ କରେ ଇଥରେ ଆହାର ll

ଆକାଶୁ ବାଣୀ ଶୁଣାଏ ମୁଁ ଆକାଶ ବାଣୀ l

ବିଶ୍ୱ ଯାକ ନାଟ,ଗୀତ,ତଥ୍ୟ ଛାଣି ଛାଣି ll

ବର୍ଲିନ ନଗରେ ଥାଇ ନେତାଜୀ ସୁଭାଷ l

ମୁଁ ସୁଭାଷ ବୋଲୁଅଛି କଲେ ଦେଶଭାଷ ll

ଆଲୁଅଟେ ଲିଭି ଗଲା ଆମରି ଦେଶରେ l

ଖବର ମୁଁ ଦେଲି ଯାଇ ପ୍ରତି ଘରେଘରେ ll

ବାଂଲା ଦେଶ ମୁକ୍ତି ଯୁଦ୍ଧେ ତସ୍କର ନିଆଜି l

ଦନ୍ତେ ତିରଣ ଧରିଲା, ଖାଇଲା ପିଆଜି ll

ପ୍ରଭାତେ ଶୁଣାଏ ସର୍ବେ ଵିଭୂଙ୍କ ବନ୍ଦନା l

ଏହି ଧାରା ଏବେସୁଦ୍ଧା ପଡ଼ିନାହିଁ ଉଣା ll

ନାଟ,ଗୀତ,ଶିକ୍ଷା,ଚମ୍ପୁ,ଛାନ୍ଦ ପୁଣି ପାଲା l

ବନ୍ୟା ଝଡ଼ ସମୟରେ କରିଥାଏ ହାଲ୍ଲା ll

ମନୋରଞ୍ଜନରେ ମୋର ସରିହେବ କିଏ l

ବିନାକାଗୀତରେ ଅମିନ ସାହାନୀ କହେ ll

କିଶୋର,ରଫି,ଲତାଙ୍କ ଜନ୍ମ ମୋହଠାରୁ l

କେତେ ଗୀତି,କଥାକାର,ସଙ୍ଗୀତଜ୍ଞ ଗୁରୁ ll

ଜାଣିଥିବ ଖୋକାଭାଇ କିର୍ତ୍ତୀ ଯା ଅକ୍ଷୟ l

ମୋଠାରୁ ଜନମି ଗୀତେ ଜୟ ଜୟ ଜୟ ll

କିବା ଆଉ ଭାଇ ମୁଁ କହିବି ଗୋଟି ଗୋଟି l

ହତାଦରେ ଛାତି ମୋର ଯାଉଅଛି ଫାଟି ll

ମୁଁ କାଳେ ହୋଇଛି ଏବେ ଏକ ଇତିହାସ l

ହଂସା ମୋ ଯାଉଛି ଉଡି଼ ମାଡୁଅଛି ହସ ll

ଦୂର ଦର୍ଶନ ପ୍ରୀତିରେ ଭୁଲନାହିଁ ମୋତେ l

ସୁଖଦୁଃଖ ବେଳେ ମୁହିଁ ରହିଅଛି ସାଥେ ll

ସଂକ୍ଷେପେ କହିଲି ଭାଇ ମୋର ଇତିବୃତ୍ତ l

ଆଦରେ, ଯତ୍ନେ ରଖିବ ମୁଁ ତୁମର ଭୃତ୍ୟ ll

         


Rate this content
Log in

Similar oriya poem from Abstract