STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଶିବରାତ୍ରୀ

ଶିବରାତ୍ରୀ

1 min
325


ଶୀତକୁ ଦୂରେଇ ବସନ୍ତକୁ ଧରି

ଉଭା ହେଉଛନ୍ତି ଶିବ

ଜଗତ କଲ୍ଯାଣ କରିବାକୁ ଇଛା

ଉଦ୍ଭିଦ ହେଉ କି ଜୀବ?

ସଂସାର ହାଟକୁ କଳମୁଖରିତ

କରିବା ଇଛା ତାଙ୍କର

ପ୍ରତି ହୃଦୟରେ କାମନା ଖେଳାଇ

ବଢା଼ଇବେ ପ୍ରେମଭାର।

ଦୁଃଖୀର ଜୀବନ ସୁଖମୟ ହେବ

ଭାବିବେ ସଭିଏଁ ନିଜ

ପରକୁ ଆପଣା କରିକି ଚାଲିବେ

ହୋଇ ସଦା ସଜବାଜ।

ଦାରିଦ୍ର୍ଯତା ରୋଗ ଶୋକ ଆଉ ଭୋକ

ଦୂରେଇ ଯିବ ସଭିଙ୍କ

ମଙ୍ଗଳ ଗୀତକୁ ତୁଣ୍ଡରେ ଧରିକି

ସଭିଏଁ ହୋଇବେ ରଙ୍କ।

ଶିବମୟ ହେବ ଏ ମର୍ତ୍ତ୍ଯ ମଣ୍ଡଳ

ଦୂରେ ବହୁଦୂରେ ଯମ

ପାଖ ମାଡି଼ବାକୁ ଦେବେ ନାହିଁ ଶିବ

ମନୁ ଉଡା଼ଇବେ ଭ୍ରମ।

ସତ୍ଯ ଶାନ୍ତି ଆଉ ପବିତ୍ରତା ପାଇଁ

ଶିବ ହିଁ ପାଖକୁ ଆସି

ଦେଖିକି ସଭିଙ୍କୁ ଶୁଭାଶିଷ ଦେଇ

ଆମ ପାଖେ ଯିବେ ବସି।

ସଭିଙ୍କୁ ନିଜର ପାଇଁ ବ୍ଯାକୁଳିତ

କରିବାକୁ ଚାହିଁଛନ୍ତି 

ବସନ୍ତକୁ ସଙ୍ଗେ ସେ ପାଇଁ ନେଇକି

ରଙ୍ଗରସେ ମଜୁଛନ୍ତି।

ନବ ପଲ୍ଲବରେ ବନାନୀ ହୋଇବ

ସ୍ବଚ୍ଛ ନିର୍ମଳ ଏ ଜଳ

ବାୟୁମଣ୍ଡଳ ବି ଶୁଦ୍ଧ ହୋଇ ସଦା

ବହିଯିବ କଳକଳ।

ଶିବରାତ୍ରୀ ଦିନ ଆସୁଅଛି ବୋଲି

ସଜେଇ ହୋଇଛୁ ସବୁ

ସ୍ବାଗତ ପାଇଁକି ମଙ୍ଗଳ ସଙ୍ଗୀତ

ଗାଇ ଅଣ୍ଟା ଭିଡୁଥିବୁ।

ହେ ଶିବ ଶଙ୍କର ଆଶୀର୍ବାଦ ଦେବ

ତୁମର ଏ ଜଗତକୁ

ଯିଏ ଜନ୍ମ ହୋଇ କୃତାର୍ଥ ପାଇଁକି

କର୍ମ କରେ ଭବିଷ୍ଯକୁ।

      


Rate this content
Log in

Similar oriya poem from Abstract