STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶକ୍ତି ନାହିଁ ବର୍ଣ୍ଣିବାକୁ

ଶକ୍ତି ନାହିଁ ବର୍ଣ୍ଣିବାକୁ

1 min
346


ବର୍ଣ୍ଣିବାର ଶକ୍ତି ନାହିଁରେ କାହାର

  କିପରି ବର୍ଣ୍ଣିବି ମୁହିଁ,

ଯେତେଦିନ ଥିବ ସୂର୍ଯ୍ୟଚନ୍ଦ୍ରତାରା

  ସ୍ମୃତି ଗୁଞ୍ଜୁ ଥିବ ତହିଁ

  ସୁଷମା ଜୟନ୍ତୀ ଏହୁ

 ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି ଦିଏ ବହୁ।

    

ଅବିସ୍ମରଣୀୟ ଛାଡି ଗଲ ଚିହ୍ନ

  ରାଷ୍ଟ୍ର ପ୍ରୀତି ଶ୍ରଦ୍ଧା ଯହିଁ,

ବନ୍ଦନୀୟ ତୁମେ ଶକ୍ତିରୂପା ନାରୀ

  ଅଟ ମୃଦୁଭାଷୀ ତହିଁ

  ଦେଲ ରାଷ୍ଟ୍ରେ ଗୌରବ,

 ଥିଲା ହୃଦେ ରାଷ୍ଟ୍ରୀୟ ଭାବ।


ତବଯୋଗୁଁ ଗୁଞ୍ଜେ ନାରୀଶକ୍ତି ବିଶ୍ବେ

  ବିଦେଶ ମନ୍ତ୍ରୀ ତୁ ଥିଲୁ,

ଅମୃତ କାଳରେ ଗୁଞ୍ଜୁ ଅଛି ସ୍ମୃତି

   ନାରୀ ମଧ୍ୟେ ଶକ୍ତିଦେଲୁ

   ନାରୀକୁ ଦେଲୁ ପ୍ରେରଣା,

  ନାରୀ ତାକୁ କଲା ଆପଣା।


ନାରୀ ରାଜନେତା ନାରୀରେ ସୈନିକ

   ବିମାନ ଉଡାନ୍ତି ନାରୀ

ସବୁକ୍ଷେତ୍ର ଆଜି ନାରୀ ଶକ୍ତି ଗୁଞ୍ଜେ

   ଅସାଧାରଣ ରୂପ ଧରି

    ଗର୍ବିତରେ କରନ୍ତି,

   ଇତିହାସକୁ ଲେଖୁଛନ୍ତି।


ତବ ପାର୍ଟି ପରା ସବୁ ଠାରୁ ବଡ଼

  ବିଶ୍ବର ହୋଇଛି ଏବେ,

ସମ୍ମାନ ମିଳୁଛି ବିଶ୍ବଗୁରୁ ପରି

   ଅମୃତ କାଳରେ ଭବେ

    ଦିଏରେ ଶ୍ରଦ୍ଧାଞ୍ଜଳି

  ଅଟେରେ ଭକ୍ତି ପୁଷ୍ପାଞ୍ଜଳି।


Rate this content
Log in

Similar oriya poem from Abstract