Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

4  

Manorama Mohanty

Abstract

ବଉଳ ଗଇଁଠା

ବଉଳ ଗଇଁଠା

1 min
474


ଶୀତ ଆସି ଥିଲା 

ସୋରିଷ କ୍ଷେତକୁ 

  ହଳଦୀ ପଗଡି ବାନ୍ଧି 

ଶୀତ ଥିବା ବେଳେ 

ଲଷ୍ମୀ ମାଆ ଆସିଲେ 

   ହୀରା ର ମୁକୁଟ ପିନ୍ଧି ।


ଶୀତ ଆସିଥିଲା 

ଗୀତ ଗାଇ ଗାଇ 

   ପୁଷ ପୁନେଇଁକୁ ନେଇ 

କରାମତି ତାର 

ସରି ତ ଗଲାଣି 

    ଫେରିବ ମୁହଁ ଶୁଖାଇ |


ରେଜେଇ କମ୍ବଳ 

ସାଇତି ଦେଲାଣି 

   ବୋଉ ମୋ ଯତନ କରି 

ବିରି ବଟାବଟି 

କାମଟାକୁ ଆଗ 

    ଦେଇଥିଲା ସିଏ ସାରି |


ବାପାଙ୍କ ଗରମ 

ସ୍ଵେଟର ଚାଦର 

  ଶୁଖିଲାଣି ଧୁଆ ହୋଇ 

ଗରମ ପକୁଡି 

ତେଲ ବୋଳା ମୁଢି 

   ଖାଇବାରେ ଇଚ୍ଛା ନାହିଁ |


ବଉଳ ଗଇଁଠା 

ମକର ର ପିଠା 

   ସାତଘଡି ଘାଣ୍ଟ ଖାଇ 

ଶୀତ ଫେରିଯିବ 

ଆପଣା ବାଟରେ 

    ଚୁଡା ଖଜା ଭାର ନେଇ |


ଶୀତ ଥିଲା ମିତ 

ଗାଉଥିଲା ଗୀତ 

   ଉଷୁମ ବିଛଣା ପରେ 

ସବୁ ପରବରେ 

ବୋହୁ ଘରୁ ଭାର 

    ଆସିବନି ଆଉ ଥରେ |


ଭଲ ଲାଗେ ମୋତେ 

ସରୁ ସରୁ ପିଠା 

   ବୋଉ ବାଢିଦେଉଥିଲା 

ତା ଉଷୁମୁ କୋଳେ 

ଶୁଆଇ ଆଦରେ 

    କାହାଣୀ ଶୁଣାଉଥିଲା |


ଫଗୁଣ ଆସିବା 

ନିଶ୍ଚିତ ହେଲାଣି 

   ରଙ୍ଗମୟ ପରା ଧରା 

ଖୁସିରେ ଅଭିର 

ବୋଳା ବୋଳି ହୋଇ 

   ଭୁଲିଯିବା ଦୁଃଖ ସାରା |


ତାପରେ ଆସିବ 

ମୁଣ୍ଡଫଟା ଖରା 

   ହତାଶ ହୋଇବେ ଜୀବ

ଫୁଲେଇ ବରଷା 

ଆସି ଚୁପି ଚୁପି 

    ଏ ଧରାକୁ ଚୁମିଯିବ |


ସମୟ ଚକ୍ରରେ 

ଋତୁ ବଦଳୁଛି 

   ଦୁଇ ଦୁଇ ମାସ ରହି 

ସର୍ବେ ନିଜ ନିଜ 

ଅଭିନୟ ସାରି 

    ଯିବେ ଆଗପଛ ହୋଇ |


Rate this content
Log in

Similar oriya poem from Abstract