କାହାକୁ ନ ଭାବ ନୀ
କାହାକୁ ନ ଭାବ ନୀ
ଏଇତ ଜୀବନ ଅଟେ କ୍ଷଣସ୍ଥାୟୀ
ଅଢେଇ ଦିନିଆ ଇଏ
ସମୟ ସରିଲେ ଖେଳ ସରି ଯିବ
ଅଭିନୟ ସରି ଯାଏ ।
ଏଇ ଧରାଧାମ ରଙ୍ଗମଞ୍ଚ ପରେ
ଅଭିନୟ କରାଯାଏ
ନିଜ ନିଜ ଅଭିନୟ ସରି ଗଲେ
ମଞ୍ଚ ଖାଲି ପଡି ଥାଏ ।
ଆଜି ଯିଏ ଧନୀ କାଲି ସେ ଗରିବ
ଗରିବ ବି ଧନୀ ହୁଏ
ଧନ ଅହଂକାରେ କାହାକୁ କାହିଁକି
ବିଦ୍ରୁପ କରିବ କିଏ ?
ଧନ ଜନ ଯଉବନ କ୍ଷଣସ୍ଥାୟୀ
ନା ତାକୁ ଭରସା ଥାଏ
ତାକୁ ନେଇ କାହିଁ କାହାକୁ ଗରବେ
ନୀଚ ବା ଦେଖିବ କିଏ ?
ସେନେହ ମମତା ଆଣି ଦିଏ ଖୁସି
ଶାନ୍ତି କେତେ ଦେଇଥାଏ
ନୀଚ ଭାବନାଟା ମନେ ଅହଂଭାବ
ଗର୍ବ ଭାବ ଭରେ ସିଏ ।
ସମ୍ମାନ ଦେଇଣ ଜାଣେ ଯିଏ ତାକୁ
ସମ୍ମାନ ଯେ ମିଳିଥାଏ
ନୀଚ ମନୋଭାବ ଆଣିଥାଏ ଯିଏ
ତଳକୁ ତଳକୁ ଯାଏ ।
ନୀଚ ମନୋଭାବ ମନେ ରଖ ନାହିଁ
ଖୁସି ସେ ଛଡେଇ ନିଏ
ହୀନ ମନ୍ୟତାର ଭାବନା ମନରେ
ସମ୍ପର୍କଟି ଭାଙ୍ଗି ଦିଏ ।
ସମସ୍ତେ ଅଟନ୍ତି ପ୍ରଭୁଙ୍କ ସନ୍ତାନ
ମର୍ତ୍ତ୍ୟେ ବାସ ହୋଇଥାଏ
ଈଶ୍ବର ଦୃଷ୍ଟିରେ ସଭିଁଏ ସମାନ
ଉଚ୍ଚ ନୀଚ ନୁହେଁ କିଏ ?
ଏଇ ଉଚ୍ଚ ନୀଚ ଭାବନା ମନରେ
ଘୃଣା ଭାବ ଆଣି ଥାଏ
ଆପଣାର ଲୋକ ଏଇ ଭାବ ଯୋଗୁଁ
ନିଜଠୁ ଦୂରେଇ ଯାଏ ।
ଜୀବନେ ଅନେକ ମିତ୍ର ବଦଳରେ
ଶତ୍ରୁ ସୃଷ୍ଟି କରେ ସିଏ
ନୀଚ ଭାବନାକୁ ଦୂର କରେ ଯିଏ
ସଭିଁଙ୍କ ନିଜର ହୁଏ ।