Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Abstract

4.0  

Baman Chandra Dixit

Abstract

ସୁନା ପିତଳ

ସୁନା ପିତଳ

1 min
156



ମନ ମୋ ଲାଗେନା କେଉଁଥିରେ ଆଜି

ଲାଗେ ସବୁ ଶୁନା ଶୁନା

ପାଇବା ଦରବ ପିତଳ ଲାଗୁଛି

ହରେଇଛି ଯାହା ସୁନା।।

ମରିଗଲା ପରେ ମନରୁ ସରାଗ

ସରିଗଲା ପରେ ମମତା ମୋହ

ଝୁରିହୁଏ ଆଖି ଲୁହକୁ ଲୁଚେଇ

ରହି ଯାଏ ଛାତି ତଳର କୋହ

ତଥାପି ହୃଦୟ ହୁଏ ମୋ ଅଥୟ

ଲେଉଟି ଯିବାର ଖୋଜେ ଠିକଣା।।

ଗାଆଁ ସଡ଼କର କାଦୁଆ ଛାତିରେ

ଶଗଡ଼ ଚକ ର ଚିହ୍ନ ଦିଶୁଛି

ଅଧା ପେଡଲର ସାଇକେଲ ଚଢ଼ା

ପଡ଼ିବା ଚଢ଼ିବା ମନେ ପଡ଼ୁଛି

ପରିଚୟ ହଜା ସହରି ଜୀବନ

ପାଣି ଚଢ଼ା ବେଙ୍ଗି ନକଲି ସୁନା।।

କାକର ଭିଜା ସେ ଶୀତୁଆ ସକାଳ

ଖରାପିଠି ବସା ପଖାଳ ଖିଆ

ପୋଡ଼ା ଛେଚା ଅବା ଚକଟା ଟିକିଏ

ଲାଗୁଥିଲା କେତେ ଯେ ସୁଆଦିଆ

ଆଜି ସେ ସକାଳ ଅକାଳ ହେଲାଣି

ଖୋଜିଲେ କି ହେବ ମିଳିଲେ ସିନା।।

ମାଟି ପତଲାର ଆଉଟା କ୍ଷୀର ରେ

ହଳଦିଆ ରଙ୍ଗ ସର ଦିଶୁଛି

ଅଜାଡୁ ଅଜାଡୁ ଗିଲାସରେ କ୍ଷୀର

ମହକରେ ମନ ଭରି ଯାଉଛି

ଆଜି ଗୋରସ ରେ ପାଣି ମିଶିଛି କି

ପାଣିରେ ଗୋରସ ବୁଝି ହୁଏନା।।

ଗାଆଁ ଏମୁଣ୍ଡରୁ ଆରମୁଣ୍ଡ ଯାଏ

ଧାଡ଼ି ଧାଡ଼ି ଘର ମଝିରେ ବାଟ

କିଶୋରଙ୍କ ଖେଳ ଯୁବାଙ୍କର ମେଳ

ବଡ଼ ବଡ଼ିଆଙ୍କ ଆଖି ଆକଟ ll







Rate this content
Log in

Similar oriya poem from Abstract