ମୋ ବାପା
ମୋ ବାପା
କାହିଁ କୁହ ବାପା
ପାଷାଣ ପରିକା
ସଂସାର ହାଟରେ ବସିଅଛ
ବରଷା ବତାସେ
ବରଷ ବରଷ
ହସୁଛ ସେମିତି ହସୁଅଛ !
ଆଶା ଅଭିଳାଷ
ନାହିଁ ତୁମଠାରେ
କାମନା ବାସନା ଅବଶୋଷ
ଖରା ବରଷା କୁ
ନାହିଁ ତ ଖାତିରି
ମନେନାହିଁ ଜମା ରାଗରୋଷ ।
ନାହିଁ ସେ ହୃଦୟେ
ଅପମାନ ବୋଧ
ବାଧେନାହିଁ କାହା ଉପହାସ
ସବୁ ସହିଯାଇ
ଖାଲି ଚାହିଁଥାଅ
ମୂକସାକ୍ଷୀ ହୋଇ ବାରମାସ ।
ଆମ ପାଇଁ ତୁମେ
କଷ୍ଟ କୁ ଭାବୁଛ
କାଳିଆ ଠାକୁର ମହାଭୋଗ
ନାହିଁ ତ ପିପାଶା
ଅର୍ଥ ସ୍ୱାର୍ଥ ଆଶା
ଲୋଡିନାହଁକେ ବେରାଜଭୋଗ ।
ଜୀବନ ରାସ୍ତା ରେ
ଠିଆ ହୋଇଅଛି
ତୁମ ଆଦର୍ଶ କୁ ଅନୁସରି
ତୁମେ ପରା ମୋର
ଜୀବନ ଦାୟକ
ସୁଖ ଦୁଃଖର ସାଥୀପରି ।
ହେ ବାପା ମୋର
ରକତ ନିଗାଡ଼ି
ମୋତେ ତୁମେପରାଗଡିଅଛ
ବଞ୍ଚିଥିବା ଯାଏ
ଦେଉଥିବି ଖୁସି
କହୁଛି ଏକଥା କରି ସତ ।
ବୋହିବନି ଲୁହ
ଆଖିରୁ ତୁମର
ଜୀବନ ଯନ୍ତ୍ରଣା ସହିବନି
ଯେତେବେଳେ ତୁମେ
ବୁଢ଼ାହୋଇଯିବ
ବେସାହାରା ବୋଲି ଭାବିବନି ।