STORYMIRROR

Baman Chandra Dixit

Others

4.5  

Baman Chandra Dixit

Others

କାହିଁକି ମାଗିବି

କାହିଁକି ମାଗିବି

1 min
14


କାହିଁକି ମାଗିବି କି ଅବା ମାଗିବି

କି'ବା ଦେଇନାହୁଁ ମୋତେ,

ରହିବାକୁ ଖଣ୍ଡେ କୁଟିଆ ଦେଇଛୁ

ଖାଇବାକୁ ଖୁଦ ମୁଠେ,

କାଳିଆରେ ........

କି'ବା ଦେଇନାହୁଁ ମୋତେ।।


ଚାହିଁଦେଲେ ତୋର କାଳିଆ ମୁହଁକୁ

ହୃଦୟ ଯାଏ ମୋ ଭରି

ଶୋଷ ସରିଯାଏ ଭୁକ ମରିଯାଏ

ଲୁହଧାର ଯାଏ ଝରି।

ଯାହା ବି ଦେଖୁଛି ସବୁ ତ ତୋହର

ଆଉ କି ମାଗିବି ତୋତେ,

କାଳିଆରେ .......

କି'ବା ଦେଇନାହୁଁ ମୋତେ।।


ଲୋଡ଼ା ନାହିଁ ମୋର ଷାଠିଏ ପଉଟି

ତୁଳିତଳ୍ପ ଶେଜ ପାତି

ତୋ ନାମ ସୁମରି ଭବୁ ହେବି ପାରି

କରୁଣା ଥାଉ ଏତିକି

ଗଣ୍ଡେ ଭିକ ଖଣ୍ଡେ ଭେକ ଦେ

ଉଥିବୁ

ଏତିକି ମାଗୁଛି ତୋତେ,

କାଳିଆରେ ...........

କି'ବା ଦେଇନାହୁଁ ମୋତେ।।


ଏ ଘର ସଂସାର ସାଥି ସହୋଦର

ମମତା ଶରଧା ସ୍ନେହ

ସମ୍ପର୍କର ସୁନା ସୂତାରେ ବାନ୍ଧିଛୁ

ତୁହି ଏକା ଦୟାମୟ

କରୁଣା କଣେକୁ ଊଣା କରିବୁନି

ଏ ପରାଣ ଲାଗିଲା ତୋତେ,

କାଳିଆରେ ..........

କି'ବା ଦେଇନାହୁଁ ମୋତେ।।


ଜୀବନ ସଳିତା ଜଳି ଜଳି ଯାଏ

ଅଳପ ଟିକିଏ ବାକି

ଘେନି ନିବେଦନ ହେ ଚକା ନୟନ

କରୁଣା କର ଏତିକି

ଜୀବ ଯେବେ ଯିବ ତୁଣ୍ଡେ ମୋର ଥିବ

ଧଣ୍ଡା ତୁଳସୀରୁ ଟିକେ

କାଳିଆରେ ..............

ଏତିକି ମାଗୁଛି ତୋତେ।।


Rate this content
Log in