STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ଓଜୋନ୍ ସ୍ତର ସଂରକ୍ଷଣ ଦିବସ

ଓଜୋନ୍ ସ୍ତର ସଂରକ୍ଷଣ ଦିବସ

1 min
188


ଆଜି ସେପ୍ଟେମ୍ବର ଷୋହଳ  

ବୋଲେ ହୁଁ ଟି

ମନେ ରଖିଥିବ ଅକଲ

ବୋଲେ ହୁଁ ଟି

ଆନ୍ତର୍ଜାତୀୟ ଓଜୋନ୍ ସ୍ତର ସଂରକ୍ଷଣ ଦିବସ

ବୋଲେ ହୁଁ ଟି

ବିଶ୍ବ ପାଳୁଅଛି ପ୍ରତି ବରଷ

ବୋଲେ ହୁଁଟି

ମଣ୍ଟ୍ରିଲ ପ୍ରୋଟୋକଲ ବଳରେ 

ବୋଲେ ହୁଁ ଟି

ଜାତିସଂଘ ନୀତି ବଳରେ

ବୋଲେ ହୁଁ ଟି

ଦୁଇ ହଜାର ଏକ ବର୍ଷରୁ ପାଳି ଆସୁଛି

ବୋଲେ ହୁଁ ଟି

ପୃଥିବୀକୁ ଘେରି ରହିଛି ଏକ ବାୟୁମଣ୍ଡଳ 

ବୋଲେ ହୁଁ ଟି

ତାହା ଅଟେ ଏକ ମିଶ୍ରଣ ବଭିନ୍ନ ଗ୍ୟାସ୍ ର ଦଳ

ବୋଲେ ହୁଁଟି

ସବୁ ଗ୍ୟାସ୍ ଠାରୁ ହାଲୁକା ଓଜୋନ୍ ଗ୍ୟାସ୍ ତା ନାମ

ଶୁଣ ମନକୁ ଦେଇ

ଷ୍ଟ୍ରାଟୋସ୍ଫିୟର ସ୍ତରେ ରହିଣ କରେ ଅନେକ କାମ

ଜାଣ ଭଉଣୀ ଭାଇ

ତିନି ଅମ୍ଳଜାନ ପରମାଣୁରେ ଗଠିତ ଜାଣ ହେ ଭାଇ

ରୋଗ ନିବାରଣ କରଇ ଷ୍ଟ୍ରାଟୋସ୍ଫିୟରରେ ରହି

ସୂରୁଜ ରଶ୍ମୀରେ ରହିଛି ଅତି ବାଇଗଣୀ ରଶ୍ମୀ ହେ ଭାଇ

ନର ଦେହେ ଚର୍ମ କର୍କଟ କାଟାରାକ୍ଟ ରୋଗ ଜାତ କରଇ

ଛତାଟିଏ ଅବା କମ୍ବଳ ସମ ରଖି ଘୋଡାଇ

ଓଜୋନ୍ କରଇ ସେଥିରୁ ରକ୍ଷା ଆମକୁ ଭାଇ

କଳକାରଖାନା ଗଢୁଛୁ ଆମ ବିକାଶ ପାଇଁ

ରାସାୟନିକ କେତେ ପ୍ରସ୍ତୁତ ନିତି କରୁଥାଇ

ଶୀତଳ କାରକ ଭାବରେ CFC ନେଇ

ହାଲୋ କାର୍ବନ ଯୌଗିକ ଉପଯୋଗ କରଇ

ଓଜୋନ୍ ସ୍ତରରେ ଏହା ଯେ କ୍ରମେ ପହଞ୍ଚି ଯାଇ

ଓଜୋନ୍ ଅଣୁର ବନ୍ଧକୁ ସେ ଯେ ଭାଙ୍ଗି ଦିଅଇ

ଓଜୋନ୍ ଅଣୁ ଯେ ନିଜର ସତ୍ତା ହରାଏ ଭାଇ

ତେଣୁ ଓଜୋନର କ୍ଷୟ ଯେ ଏହା ଘଟାଉ ଥାଇ

କେତେ ରାସାୟନିକ ଦ୍ରାବକ ରହିଅଛି ଏମିତି

ଓଜୋନ୍ ସ୍ତରରେ କ୍ଷତି ଯେ ପହଞ୍ଚାଏ ନିତି

କେତେ ସୌଖୀନ ପର୍ଫ୍ୟୁମ୍ ଆମେ ସ୍ପ୍ରେ କରନ୍ତି

ଅଜାଣତେ ଓଜୋନ୍ ସ୍ତରରେ ଆମେ ରନ୍ଧ୍ର କରନ୍ତି

ଅତି ବାଇଗଣୀ ରଶ୍ମୀର ବାଟ ଦେଉ ଫିଟାଇ

ଚର୍ମ ଚକ୍ଷୁରୋଗ ମର୍ତ୍ତ୍ୟକୁ ଆମେ ଡାକି ଆଣଇଁ

ତେଣୁ ବିଶ୍ବବାସୀ ଯେତେକ ମୋର ଭଉଣୀ ଭାଇ

ହେବା ଆଜି ସଚେତନ ଓଜୋନ୍ ସୁରକ୍ଷା ପାଇଁ

କରିବା ଓଜୋନ୍ ସଂରକ୍ଷଣ ଆସ ଶପଥ କର

ରୋଗମୁକ୍ତ ହେଉ ପୃଥିବୀ ହସୁ ଆମ ସଂସାର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract