Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ଟଙ୍କାରେ ଛବି

ଟଙ୍କାରେ ଛବି

1 min
158



ଓଡ଼ିଶା ରାଜ୍ୟର କୋଣାର୍କ ମନ୍ଦିର

ଛବିଟି ଦଶ ଟଙ୍କାରେ

ଶୋଭା ପାଉଅଛି ଭାରତୀୟ ନୋଟ 

ଦେଖିଲେ ଆନନ୍ଦ ଝରେ।


ମହାରାଷ୍ଟ୍ର ରାଜ୍ୟ ଚହଳ ପକାଏ

ଏଲୋରା ଗୁମ୍ଫାକୁ ନେଇ

କୋଡିଏ ଟଙ୍କାଟି ଶୋଭା ପାଉଅଛି

ଗର୍ବରେ ଛାତି ଦେଖାଇ।


କର୍ଣ୍ଣାଟକ ରାଜ୍ୟ ହାମ୍ପିର ଛବିଟି

ପଚାଶ ଟଙ୍କାରେ ଶୋଭା

ଦେଖି ନାହିଁ ଯଦି ଦେଖନ୍ତୁ ଏଥର

ସୌନ୍ଦର୍ଯ୍ୟମୟ ତା' ଆଭା।


ଗୁଜୁରାଟ ରାଜ୍ୟେ ରାଣୀ କା' ଭାବକୁ

ଦେଖନ୍ତୁ ଶହେ ଟଙ୍କାରେ

କି ସୁନ୍ଦର ଛବି ମନ ମୋହିନେବ

ଧରୁଛୁ ନିତି ହାତରେ।


ମଧ୍ୟ ପ୍ରଦେଶର ସାଞ୍ଚିସ୍ତୁପ ଆହା

ଛବି ଦିଶେ କି ସୁନ୍ଦର

ଦୁଇ ଶହ ଟଙ୍କା ସରକାର ଆଜି

ଛାପିକି କରେ ପ୍ରଚାର।


ଦିଲ୍ଲୀ ଲାଲକିଲ୍ଲା ପାଞ୍ଚ ଶହ ଟଙ୍କା

ଦିଶୁଛି ଉଜ୍ଜଳ ହୋଇ

କେଡ଼େ ସୌଭାଗ୍ୟର ନୁହେଁ ଏହି ରାଜ୍ୟ

ଧରୁଛୁ ପକେଟ୍ ଥୋଇ।


ମଙ୍ଗଳଯାନର ଚିତ୍ର ଶୋଭାପାଏ

ଦୁଇ ଶହ ତାଙ୍କ ମଧ୍ୟେ

ବଡ଼ ସଫଳତା ଏହି ରାଜ୍ୟ ନିଶ୍ଚେ

ଗର୍ବରେ ହୃଦ କି ବାଧେ?


ଆମ ରାଜ୍ୟ ସତେ କି ଦୋଷ କରିଛି

ଭାବୁଥିବେ କିଛି ରାଜ୍ୟ

ସେହି ରାଜ୍ୟଗଣ ଛବିକୁ ଦେଖିକି

କହିବେ ଆମ ଦୁର୍ଭାଗ୍ୟ।


ବଡ଼ ସଫଳତା ପାଇଥିବା ରାଜ୍ୟ

ଆନନ୍ଦେ ଲୁହ ଗଡ଼ାଇ

ଈଶ୍ୱରଙ୍କୁ କୋଟି ଧନ୍ୟବାଦ ସହ

ପ୍ରାର୍ଥନା ଦୁଃଖ ଦୂରେଇ।


କର୍ମର ଅଧୀନ ଧର୍ମର ଆଗରେ

ତାକୁ କେ' କଳି ପାରିବ

ଯିଏ ଭିଆଇଛି ସୃଷ୍ଟିର ସର୍ଜନା

ମଥାନତ ପ୍ରେମ ଭାବ।


        


Rate this content
Log in

Similar oriya poem from Abstract