STORYMIRROR

Deepak Kumar Mishra

Fantasy

3  

Deepak Kumar Mishra

Fantasy

ରୋଟି

ରୋଟି

1 min
172


ଖୁନ୍ଦା, ଖେଂଚା , ଚିମୁଟା

ଦଳା ଚକଟାର ଆହାକାର

ମୋତେ ସ୍ୱାଦୁ ସିଦ୍ଧ ସୁନ୍ଦର କରିବାକୁ

କମନୁହେଁ ଘରେ ଘରେ ଯୁଦ୍ଧପରି ପ୍ରୟାସ l

ମୋତେ ଦେଖି ଜହ୍ନବି ଇର୍ଷାକରେ,

କାଠ ଝରକା ଫାଙ୍କରୁ

ମୋତେ କୋଣେଇ କୋଣେଇ ଚାହେଁ,

ଗେଲ୍ଲୀ ବୋଉ କହୁଥିଲେ

ଜହ୍ନ କାଳେ ମୋତେ ତା'ର ସଉତୁଣୀ ଭାବେ

ଜହ୍ନ ମୁହଁ ଗୋଲ, ମୋ ମୁହଁବି ଗୋଲ,

ଦୁଇ ଜଣଙ୍କ ରଙ୍ଗ ବି ସଫା ଧଳା,

ତା'ହେଲେ ସଉତୁଣୀ ହେବାରେ

ଅସୁବିଧା ରହିଲା କେଉଁଠି ଯେ ?

ଜହ୍ନ ମନର ଭୋକ ମାରେ

ମୁଁ ପେଟର

ତା' ବ୍ୟଞ୍ଜନ ରାତିର ତାତି

ମୋ' ପାଈଁ ବ୍ୟଞ୍ଜନ ଭୋକର ତୃପ୍ତି

ଚଳିହେଉଛି ତ' ତା ବିନା କୃଷ୍ଣପକ୍ଷ ରାତି

କିନ୍ତୁ ଧନ୍ୟ ହେବି ମୁଁ ସେଦିନ

ଯେଉଁଦିନ କଟିବନି ମୋ ବିନା

କାହାର ଗୋଟିଏ ବି ରାତି l

ପସନ୍ଦ ସଭିଙ୍କ

ମୋର ସୁଠାମ ଗୋଲ ଗୋଲ 

ଦାଗହୀନ ମୁସ୍କିଲ ଚେହେରା

ମୋତେ ବେଦାଗି ନିଖୁଣ କଲେ

ଘରଣୀ ମା' ପ୍ରଶଂସା ସାଉଁଟେ,

ମୁଁ ନରମ ହେଲେ

ସେ ନରମ ଛୁଆଁଟେ ପାଏ

ମୋ'ର କିନ୍ତୁ ମନହୁଏ ଦୁଃଖ !

ମୋ ଚାନ୍ଦପରି ଧଳା ଧଳା ମୁହଁରେ

ପୋଡାଜଳା ଚି଼ହ୍ନସବୁ କଳାଜାଇ

ପରି କେତେ ସୁନ୍ଦର ଲାଗେନ୍ତେନି ?

ଦାଗ ତ ଜହ୍ନରେ ବି ଅଛି ନା !

ଜହ୍ନ ଓ ରୋଟି

ଦୁଇଟି ସ୍ବପ୍ନ

ଦୁଇଟି ଭୋକ

ଦୁଇଟି ପ୍ରଶ୍ନ

ଗୋଟିଏ ମନର, ଅନ୍ୟଟି ପେଟର,

ଭୋକିଲା ପେଟରେ

ଦେହ କ'ଣ ଅଳସ ଭାଙ୍ଗି ପାରେ ?

ମନ କ'ଣ ଜଳିପାରେ ?

ନିଦ କ'ଣ ଆସିପାରେ ?

ଜହ୍ନର ସ୍ବପ୍ନ କ'ଣ ଦେଖିହୁଏ ?

ମଣିଷ ଏକ

ଥିଲାବାଲାର ରୋଟି ଜହ୍ନ

ଆଉ ଅଭାବୀର ଜହ୍ନ ମୁଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy