ରଂଗମଞ୍ଚ
ରଂଗମଞ୍ଚ
କାଲି ପରି ଲାଗୁଥିଲା
ଲଗାମ ବିହୀନ ଘୋଡା
ଯିଏ ଚାଲିରେ ଧୂଳି ଉଡାଏ
ହସରେ ତୋଳେ ମେଘମହ୍ଲାର
ଚାହାଣୀର ମାଦକତା
ପାହାଡି ଝରଣାର ତାଳେତାଳେ,
ପୁଣି ଆଲୁରା ବାଲୁରା ଦିନଚର୍ଯ୍ୟା
କେମିତି ଏବେ ଗୁମସୁମ ମେଘମାଳାପରି
କେମିତି ଏବେ ଥିରିଥିରି ସମ୍ଭ୍ରମ ନଈ ତୁଠ ପରି
ସହିସ ଚାବୁକ କଣ ଏତେ ସାହାସ ରଖେ,
ଏତେ ସାହାସ ରଖେ
ନିଜକୁ ଜାଳିବାର ତୀର୍ଯ୍ୟକ ପଣରେ
ସପ୍ତମୀ ଦା-ବେଣ୍ଟି ଚାନ୍ଦ
ଓହ୍ଲୋଉଛି ମଥାନ ଉପରେ
ସାଂସାରିକ ତିଳ ତର୍ପଣ,
ସତରେ ବଦଳେଇଦିଏ ଠୁମକା ପବନ
ମୃଦମଳୟ ଦ୍ୱାହିରେ
ରଂଗମଞ୍ଚର ଶେଷଦୃଶ୍ୟ
ଏମିତି ଆସିବ
ଏମିତି ବସିବ
ଏମିତି ହସିବ
ମୋ ଚାରିପଟେ
ତୁମ ଚାରିପଟେ
ଆଉ ଆମ ଚାରିପଟେ ।