STORYMIRROR

pratap nayak

Thriller

3  

pratap nayak

Thriller

ରଂଗମଞ୍ଚ

ରଂଗମଞ୍ଚ

1 min
165

କାଲି ପରି ଲାଗୁଥିଲା 

ଲଗାମ ବିହୀନ ଘୋଡା

ଯିଏ ଚାଲିରେ ଧୂଳି ଉଡାଏ

ହସରେ ତୋଳେ ମେଘମହ୍ଲାର

ଚାହାଣୀର ମାଦକତା

ପାହାଡି ଝରଣାର ତାଳେତାଳେ,


ପୁଣି ଆଲୁରା ବାଲୁରା ଦିନଚର୍ଯ୍ୟା

କେମିତି ଏବେ ଗୁମସୁମ ମେଘମାଳାପରି

କେମିତି ଏବେ ଥିରିଥିରି ସମ୍ଭ୍ରମ ନଈ ତୁଠ ପରି

ସହିସ ଚାବୁକ କଣ ଏତେ ସାହାସ ରଖେ,


ଏତେ ସାହାସ ରଖେ

ନିଜକୁ ଜାଳିବାର ତୀର୍ଯ୍ୟକ ପଣରେ

ସପ୍ତମୀ ଦା-ବେଣ୍ଟି ଚାନ୍ଦ

ଓହ୍ଲୋଉଛି ମଥାନ ଉପରେ

ସାଂସାରିକ ତିଳ ତର୍ପଣ,


ସତରେ ବଦଳେଇଦିଏ ଠୁମକା ପବନ 

ମୃଦମଳୟ ଦ୍ୱାହିରେ

ରଂଗମଞ୍ଚର ଶେଷଦୃଶ୍ୟ

ଏମିତି ଆସିବ

ଏମିତି ବସିବ

ଏମିତି ହସିବ

ମୋ ଚାରିପଟେ 

ତୁମ ଚାରିପଟେ 

ଆଉ ଆମ ଚାରିପଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller