Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଗୁରୁଚରଣ ମହାକୁଡ଼

Tragedy

3  

ଗୁରୁଚରଣ ମହାକୁଡ଼

Tragedy

ରଜ ମଉଜ

ରଜ ମଉଜ

2 mins
113


ବନରେ ଡାକୁଛି ଗଜ ଆସୁଛି ଆସୁଛି ରଜ

ଗାଁ ତୋଟା ମୂଳେ ଦୋଳି ବାନ୍ଧ ବେଗି ପାଖେଇ ଆସିଲା ରଜ 

ସଙ୍ଗାତ ବଉଳ ସଅଳ ଆସ ହୋଇବା ଲୋ ସଜବାଜ.

ଘେନି ନୂଆଁ ବସ୍ତ୍ର ରଙ୍ଗ ଯେ ବେରଙ୍ଗ ନାଇବା ରେ ଆମେ ଝୁଲିବା ଝୁଲା ଦୋଳିରେ ମନ ଆନନ୍ଦ ରେ ଗୀତଗାଉଥିବା

ପବନ ର ସୁରେ ସୁରେ, ।


ପାଦରେ ପାଉଁଜି ସରୁ ଅଳତା ଲୋ ମଥାରେ କୁକୁମ ଟୋପା

ଗଳାରେ ଲମ୍ବାଇ ମୁକୁତା ର ହାର କାନରେ ଝୁମୁକା ଲତା ।


ଗଭାକୁ ଗଜରା ଝରେ ମଲ୍ଲୀ ମାଳ ବେଣୀ ଲାଗୁଥାଏ ସୁନ୍ଦର

ତାଠାରୁ ସୁନ୍ଦର ଆଖିରେ କଜଳ ଅଳସି ର ଲାଜ ମଧୁର. ।


ବସୁଧା କୁ ଦୁଃଖ ନଦେବା କୁ କଷ୍ଟ ପାଦରେ ନାଇ କଦଳୀ ପାଟୁକା 


ପୁର ପଲ୍ଲୀ ସତେ ମହକି ଯାଉଛି ପିଠା ପଣା ଖିରୀ ପୋଡ଼

ପିଲା ଠାରୁ ବୃଦ୍ଧ ଖାଇ ପିଇ ଏଠି ପାଳୁଛନ୍ତି ରଜ ମଉଜ ।


ଆଖିଠରା ଠରୀ ହୋଇଛନ୍ତି ମେଳି ସଙ୍ଗାତ ବଉଳ ମିତ

ଲବଙ୍ଗି ପାନ ର ମଜା ନେଉଛନ୍ତି ଦିଶୁଚି ଯେ ନାଲି ଅଧର ।


ପ୍ରଥା ପରମ୍ପରା ସଂସ୍କୃତି ରେ ଭରା କୃଷି ଭିତ୍ତିକ ପରବ

ଯୁଗ ଯୁଗ ଧରି ପାଳୁଛି ଜଗତ ରଜ ନାମେ ତହିଁ ବିଖ୍ୟାତ ।


କୁଆଁରୀ ମାନଙ୍କ ଖୁସି ର ପରବ ଅଧୟ ଅଧୀର ମନ

ଚାତକ ପରିସେ ଚାହିଁ ବସିଥାନ୍ତି ଆସିବ କେବେ ସେ ଦିନ ।


ବୟସ ଷୋହଳ ଲାଜ ତ ଓହଳ ଲାଜୁଆ ସେ ଦୁଇ ଆଖି

ବିନା ଶ୍ରାବଣ ରେ ଝରି ଯାଏ ମେଘ ମନ ଉଣା ହେଲା କାହିଁ କି ?


ସରିଗଲା ରଜ ବସୁମତୀ ସ୍ନାନ ମାଟି ହୋଇଗଲା ପବିତ୍ର

କୃଷକ ମନରେ ଆନନ୍ଦ ଲହରୀ କ୍ଷେତ ହୋଇ ଯାଏ ଧନ୍ୟ ।


କୁଆଁରୀ ଜୀବନ ସରିଲା ଏଥର ଗାଁ ଗଣ୍ଡା ହେଲା ପର

ବାପା ଭାଇ ସବୁ କରିବେ ଲୋ ପର ଚୋରି ହେଇଗଲା ମନ ।


କହଲୋ ବଉଳ କହରେ ସଙ୍ଗାତ କେମିତି ଭୁଲିବି ମିତ

ପୁଚି ଦୋଳି ଖେଳ ବହୂ ଚୋରି ଖେଳ ଆସିଗଲା ମନ ଚୋର ।


ସରିନି ବଉଳ ସରିନି ଲୋ ଖେଳ ସରିନି ରଜ ମଉଜ

ଆର ବରଷ କୁ ଆସିବ ଲୋ ପୁଣି ମିଶି ହେବ ପୁଣି ମଉଜ..

ପରଦେଶୀ ରାଜା ହାତ ଧରିବ ଯେ ତୁମେ ହେବ ମୋର ଭାଉଜ ।



Rate this content
Log in

Similar oriya poem from Tragedy