ବାପୁ
ବାପୁ
ଦେଶ ମାତୃକାର ହେ ବୀର ସନ୍ତାନ ଅହିଂସା ପୂଜାରୀ ଦେଉଛୁ ସମ୍ମାନ
ହେବୀର ସନ୍ତାନ ତୁମକୁ ପ୍ରଣାମ ଅହିଂସା ପୂଜାରୀ ବାପୁ
ଜନ୍ମ ଜୟନ୍ତି ରେ ଶୁଭେଚ୍ଛା ତୁମକୁ ସ୍ମୃତି ରହି ଗଲ ବାପୁ
ଜାଣିଛି ଦୁନିଆ ଦେଖିଛି ଏ ବିଶ୍ୱ ଇତିହାସ ଅଛି ସାକ୍ଷୀ
ସ୍ୱଚ୍ଛ ତା ର ବାର୍ତ୍ତା ଦେଇଗଲ ବାପୁ କିଏ ବା ବୁଝୁଚି ତାକୁ
ସ୍ୱଚ୍ଛ ନାହିଁ ଯେବେ ମନ ପ୍ରାଣ ଆମ ସ୍ୱଚ୍ଛତା କି ହେବ ଦେଶ
ତୁମ ପରି ଆମେ ହେଇକି ପାରିବୁ ମନେ ଭରି ଅଛି ସ୍ୱାର୍ଥ
ମନ ରେ ରହିଛି ଗର୍ବ ଅହଂକାର ହିଂସା ଭାବ ବଢ଼ି ଚାଲେ
ସେଥିପାଇଁ ବୋଧେ ଦେଶ ବିଶ୍ୱ ଆଜି ତଳକୁ ତଳକୁ ଖସେ
ଥିଲ ତୁମେ ବୋଲି ଇଂରେଜ ଙ୍କ ଠାରୁ କରିଲ ଆମକୁ ରକ୍ଷା
ତୁମ ପାଇଁ ସିନା ସ୍ୱାଧୀନ ହୋଇଛି ଭାରତ ବାସୀ ମଣିଷ ରେ ହେଲା ଗଣା...l
ସ୍ୱାଧୀନତା ପାଇ ଗର୍ଵ ବଢିଗଲା ସଭିଙ୍କ ଚେହେରା ଏକା
ଭିତରେ ଗୋଟିଏ ବାହାରେ ଗୋଟିଏ ଦେଖୁ ଛ ବାପୁ...
ଏଯୁଗ ର ମଣିଷ କଥା....
ମନେ ପଡୁଛ ଗୋ ବାପୁଜୀ ତୁମେ ତୁମରି ଅମୃତ ବାର୍ତ୍ତା
ଦେଶ ମାତୃ କାର ବୀର ସନ୍ତାନ ସବୁରି ମୂଳ ରେ ତୁମେ
ତୁମ ର ସେ ଛବି ନଥିଲେ ପାଖରେ ମିଳେନି ପେଟ କୁ ଅନ୍ନ
ତୁମ କୁ ଛାଡିଲେ ମିଳେନା କେଉଁଠି ଆତ୍ମ ମାନ ସମ୍ମାନ...l
ସହିଯାଇ କେତେ ଏଇ ବିଶ୍ୱ ର ଦୁଃଖ ନିସ୍ଵାର୍ଥ ମନ ତୁମର
କଷ୍ଟ ସହି ପୁଣି ଆଜି ବି ହସୁଛି ତୁମ ରି ଚନ୍ଦ୍ର ବଦନ...।।