ସପନି ବୁଢ଼ୀର ସପନଗୁଡାକ
ସପନି ବୁଢ଼ୀର ସପନଗୁଡାକ
ସପନି ବୁଢ଼ୀର ସପନଗୁଡାକ
ସପନରେ ରହିଗଲା
ପୁଅ ଗଲା ବୋହୂ ଗଲା
ତା'ର ବିଧବା ଭତ୍ତାରେ ଦିନ ଗଲା ।
ବାର୍ଦ୍ଧକ୍ୟ ଓ ବୈଧବରେ
ଦିନଗୁଡା ତା'ର କଟୁଛି
ସରକାରୀ ଯୋଜନା
ସରକାରୀ କଳର
ସାମାନ୍ୟତମ ସାହାଯ୍ୟ
ସହଯୋଗରେ
ବୁଢୀ ତା'ର ଜୀବନ କାଟୁଛି ।
ତାକୁ ସବୁ ମିଛ ଖେଳଘର
ପରି ଲାଗୁଛି
ରୋଗ ବୈରାଗ୍ୟରେ ତା'ର
ତାକୁ ସେ ସରକାରୀ ଅର୍ଥ
କ'ଣ ଅଣ୍ଟୁଛି ?
ଟଙ୍କିକିଆ ଚାଉଳ
ରାସନ ସାମଗ୍ରୀ
ସତେ କି ତା ପାଇଁ
ଧର୍ମକୁ ଆଖି ଠାର ସାଜିଛି
ବିଗତ ଦିନର ତା'
ସୁଖର ସଂସାର ହଜିଛି ।
କରୋନାର କରୁଣ କାରନାମା
ତା'ର ସଂସାରଟାକୁ ଭାଙ୍ଗିଛି
ସେ ଦେଖିଥିବା ତା'ର
ସୁନେଲି ସପନ
ସପନରେ ସବୁ ହଜିଛି
ଅସରା ଅସରା ଲୁହରେ
ଆଖି ଦୁଇ ତା'ର ଭିଜୁଛି
କିଏ ବା ସେ କଥାକୁ ମାଜୁଛି
ବୁଢୀ ତ କେବେ ମରୁଛି
ପୁଣି କେବେ ସେ
ମରୁ ମରୁ ବଞ୍ଚୁଛି
ହାୟରେ ବିଧାତା
ହାୟ ଜନନେତା
ତୁମ ଯୋଜନାରେ କ'ଣ
ଏ ଜନତାର ଦୁଃଖ ଘୁଞ୍ଚୁଛି ?
ଶିକ୍ଷା ପାଇ ଯୁବ ସମାଜ
ଆଜି କୁସଂସ୍କାରୀ ହୋଇ ଉଠୁଛି
କେହି କ'ଣ କେବେ ଏ ଦେଶର
ପ୍ରଗତି କଥା ଭାବୁଛି
ନିଜ ସ୍ଵାର୍ଥ, ନିଜ ଅର୍ଥ
ପଛେ ପଛେ ଧାଇଁ ଧାଇଁ
ଏ ଯୁବ ସମାଜ ଆଜି
ବିପଥଗାମୀ ସାଜୁଛି ।
ମାଆର ମମତା ମାଆ ମାଟି କଥା
କେ କ'ଣ କେବେ ଭାବୁଛି
ନା ଏ ଦୁଃଖିନୀ
ସପନି ବୁଢ଼ୀର ଦୁଃଖ କଥା
କେ ତା' ମନେ ଭାଳୁଛି
ଏମିତି ଅନେକ ସପନି ବୁଢୀଙ୍କର
ସପନଗୁଡାକ
ସପନରେ ରହିଯାଉଛି
ଦେଶ ଆମର ଦିନୁ ଦିନ
ରସାତଳଗାମୀ ହେଉଛି
ମାଆକୁ ସମ୍ମାନ ଗାଆଁକୁ କାମ
ବେକାରୀଙ୍କୁ ନିଯୁକ୍ତି
ଗରିବଙ୍କୁ ଖାଦ୍ୟ ବଦଳେ କାମ
ସବୁ ସ୍ଲୋଗାନରେ ଭାଇ ରହୁଛି
ସପନି ବୁଢ଼ୀର ସପନ ଗୁଡାକ
ସପନରେ ରହି ଯାଉଛି ।
ଉତ୍ତମ ଶିକ୍ଷା, ଉତ୍ତମ ସ୍ଵାସ୍ଥ୍ୟ
ଆମ ପାଇଁ
ସାତ ସପନ ତ ହୋଇଯାଇଛି
ସବୁର ଘରୋଇକରଣ
ଗରିବ ମାରଣନୀତି
ଏ ଦେଶେ ପ୍ରସ୍ତୁତ ହେଉଛି
ସପନି ବୁଢ଼ୀର ସପନ ଗୁଡାକ
ବିକାଶ ନାଆଁରେ ବିନାଶେ
ପରିଣତ ହେଉଛି ।
