STORYMIRROR

Akshayakumar Dash

Tragedy Inspirational Others

3  

Akshayakumar Dash

Tragedy Inspirational Others

ବରଗଛ

ବରଗଛ

1 min
163

କେଳୁଅ ନଈକୁଲାଗି ବରଗଛ

ବେଶ ଆସ୍ଥାନ ଜମେଇଛି

ଡାଇଗୁଡ଼ିକ ଲମ୍ବିଯାଇଛି

ଓହଲ ଧରି ଦୋଳି ଖେଳୁ

ଗଛରେ ବାସୁଳି ରୁହନ୍ତି

ଭୋବନାକେଇ କୁହେ

ମାଟି ଉପରେ ଗଣ୍ଡିରେ

ସିନ୍ଦୁର ଲଗାଇ ପୂଜା କରେ

ଗଛ ମୂଳେ ଦଙ୍ଗା ମଙ୍ଗମାନ ପୂଜା ପାଏ ।

କେତେ ପୁରୁଷର ଗଛ

ଵୋଧେ ପାଞ୍ଚଶହ ବର୍ଷର

ଆମ ଗାଁ ମାଇପେ

ନଈରେ ଗାଧୋଇ ଆସି

ମୁଣ୍ଡିଆ ମାରନ୍ତି,

ପିଲାଦିନେ ନଈ ବଢି ଦେଖୁ

ବର୍ଷା ହେଲେ ଗଛ ମୂଳରେ ବସୁ

ଚାଷୀ ଭାଇ ଥକା ମାରେ 

ଗଛ ଡାଳରେ ଚଡେଇ ବସା 

ଢମଣା ଚଢି ଅଣ୍ଡା ଖାଏ ।।

ଦିନରେ ଯେତିକି ଆନନ୍ଦ

ରାତିରେ ଅଧିକ ଭୟ

ଚିରୁକୁଣୀ ଗଛରୁ ବାହାରନ୍ତି

ଗଛ କିନ୍ତୁ ନିଧଡ଼ ,

ତାକୁ ଯେମିତି ମଣିଷଙ୍କ କାର୍ଯ୍ୟ

କଥା, ସବୁ ଛଳନା ଲାଗୁଛି

ବେଳେ ହଣା ଖାଉଛି

ପୁଣି ପୂଜା ପାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Tragedy