ବରଗଛ
ବରଗଛ
କେଳୁଅ ନଈକୁଲାଗି ବରଗଛ
ବେଶ ଆସ୍ଥାନ ଜମେଇଛି
ଡାଇଗୁଡ଼ିକ ଲମ୍ବିଯାଇଛି
ଓହଲ ଧରି ଦୋଳି ଖେଳୁ
ଗଛରେ ବାସୁଳି ରୁହନ୍ତି
ଭୋବନାକେଇ କୁହେ
ମାଟି ଉପରେ ଗଣ୍ଡିରେ
ସିନ୍ଦୁର ଲଗାଇ ପୂଜା କରେ
ଗଛ ମୂଳେ ଦଙ୍ଗା ମଙ୍ଗମାନ ପୂଜା ପାଏ ।
କେତେ ପୁରୁଷର ଗଛ
ଵୋଧେ ପାଞ୍ଚଶହ ବର୍ଷର
ଆମ ଗାଁ ମାଇପେ
ନଈରେ ଗାଧୋଇ ଆସି
ମୁଣ୍ଡିଆ ମାରନ୍ତି,
ପିଲାଦିନେ ନଈ ବଢି ଦେଖୁ
ବର୍ଷା ହେଲେ ଗଛ ମୂଳରେ ବସୁ
ଚାଷୀ ଭାଇ ଥକା ମାରେ
ଗଛ ଡାଳରେ ଚଡେଇ ବସା
ଢମଣା ଚଢି ଅଣ୍ଡା ଖାଏ ।।
ଦିନରେ ଯେତିକି ଆନନ୍ଦ
ରାତିରେ ଅଧିକ ଭୟ
ଚିରୁକୁଣୀ ଗଛରୁ ବାହାରନ୍ତି
ଗଛ କିନ୍ତୁ ନିଧଡ଼ ,
ତାକୁ ଯେମିତି ମଣିଷଙ୍କ କାର୍ଯ୍ୟ
କଥା, ସବୁ ଛଳନା ଲାଗୁଛି
ବେଳେ ହଣା ଖାଉଛି
ପୁଣି ପୂଜା ପାଉଛି ।