STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

ଭୁଲ୍ ରାସ୍ତା

ଭୁଲ୍ ରାସ୍ତା

1 min
210

କେବେ କେବେ ଏ ମଣିଷ 

ଜାଣି ଜାଣି ଅବା ନିଜର ଅଜ୍ଞାନବଶତଃ 

ଖୋଜି ନିଏ ତା' ପାଇଁ ଭୁଲ୍ ରାସ୍ତା, 

ହଜାଇ ନିଜ ଠିକଣା ପାଏ ନାନା କଷ୍ଟ 

କରେ ଅନୁତାପ ହୋଇ ସେ ହିନସ୍ଥା। 


ଫେରିବାକୁ ଚାହେଁ ଯେବେ ପଛକୁ 

ଅତୀତର କଳଙ୍କିତ ପୃଷ୍ଠା ଦେଖି  

ହୁଏ ହତଚକିତ କ୍ଳାନ୍ତ ବିବଶ, 

ଆଗକୁ ବଢିବାର ନ ଥାଏ ସାହସ 

କି ଦେହରେ ନ ଥାଏ ଜୁ, ହୁଏ ହତାଶ। 


ଆତ୍ମଗ୍ଳାନିରେ ଧରି ମଳିନ ମୁଖମଣ୍ଡଳ 

ନିଜକୁ ନିଜେ ହିଁ କରୁଥାଏ ତିରସ୍କାର, 

ନିଜ ଭୁଲ୍ ଆଉ ଆପଣେଇଥିବା ଭୁଲ୍ ରାସ୍ତା 

କରୁଥିଲେ ବି ତାକୁ ବାରମ୍ଵାର ବିଦ୍ରୁପ 

ହୁଏ ସେ ନାଚାର ନିରୁତ୍ତର 

ସେ ପାଲଟି ଯାଏ କାଠ ପାଷାଣ 

ତାକୁ ଗୋଟା ପଣେ ଗିଳି ପକାଏ 

ନୀରବତାର କିଟି କିଟି ଘନ ଅନ୍ଧାର।

ଚାରି ଆଡକୁ ପଡିଛି ରାସ୍ତା ଅନେକ 

ଭୁଲ୍ ଠିକ୍ ନିର୍ଣ୍ଣୟ କରିଥାଏ ବିବେକ, 

ନିଜ ଲକ୍ଷ୍ୟ ଓ ବିଚାରକୁ ନେଇ 

ବାଛି ପାରେ ଯିଏ ନିଜର ସଠିକ୍ ରାସ୍ତା 

ଯାତ୍ରା ତା'ର ସୁଗମ କରି 

ହୁଏ ସେ ଦିଗଦର୍ଶକ ସଫଳ ପଥିକ। 

ଅନେକ ରାସ୍ତା ଭିତରୁ ଖୋଜିବାକୁ ହେବ 

ନିଜ ପାଇଁ ଠିକ୍ ରାସ୍ତା କେଉଁଟା, 

ଦୋଛକିର ଦ୍ଵନ୍ଦ୍ୱ ଭିତରେ 

ଶଙ୍କା ସନ୍ଦେହରେ ଘାଣ୍ଟି ଚକଟି ହେଲେ 

ପଛକୁ ହୁଏନା ଆଦୌ ସୁଧାରି  

ବ୍ୟର୍ଥ ହୋଇଯାଏ ନିଜ ଜୀବନଟା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy