ଅସରନ୍ତି ସ୍ମୃତି
ଅସରନ୍ତି ସ୍ମୃତି
ଆଜି ମନକୁ ଚହଲାଇ ଦିଏ ସ୍ମୃତି
ହେଲେ ଏ ତ କଣ୍ଟକିତ ପଥ
ପୁଣି ମରୁଭୂମିର ଭିଜା ବାଲି,
ଏଇ ଠାରେ ରାଶି ରାଶି ବାଲିର ସ୍ତୁପ ତଳେ
ମୋର ନିରବିଚ୍ଛିନ୍ନ ଦେହଟା
କେବଳ ଅନୁତାପରେ ସଢୁଛି
ମୁଁ କିନ୍ତୁ ହାରି ଯାଇନି ।
ମୁଁ ବୀର ସୈନ୍ୟର କମାଣ୍ଡର
ତୋପ ମୁହଁକୁ ଛାତି ଦେଖାଇ ଛିଡ଼ା
ହୋଇ କହୁ ଥିଲି, ହିମତ୍ ଅଛି ତ
ଗୁଳି ଚାଳନା କର ......
ମୁଁ ଭାରତ ମାଆର ସନ୍ତାନ
ପଛ ଘୁଞ୍ଚା ଦେବା ଜାତକରେ ନାହିଁ।
ମୋର ରୁଧିର ପାନରେ ମରୁଦ୍ୟାନ ସୃଷ୍ଟି ।
ଆଜି ମୋ ଉପରେ ସ୍ତର ସ୍ତର ବାଲିର
ଆସ୍ତରଣ ରୂପୀ ଉପାୟନ ।
ମୋ ଛାତି ଉପରେ ଭୀରୁ କାମୁକର ଲଢେଇ...
କିଏ ଧନ ପାଇଁ ତ, କିଏ ପ୍ରେମ ପାଇଁ।
କିନ୍ତୁ, କେହି ତ ଦେଶ ପାଇଁ ଉତ୍ସର୍ଗୀତ ନୁହେଁ ?
ମୋର ରକ୍ତ ବିନ୍ଦୁରୁ ସୃଷ୍ଟି ସହସ୍ର ଯୋଦ୍ଧା
କେଉଁ ଆଡେ ଉଭେଇ ଗଲେ ।
କୁହ ସ୍ମୃତି, ସେମାନେ କ'ଣ
ସ୍ଵାର୍ଥର ଗୋଲାମୀରେ ନିୟୋଜିତ ।
ଛୋଟ ଏକ କୁଲାୟ ପାଇଁ
ବାରମ୍ବାର ଯାଯାବର ଜୀବନ ।
ସମ୍ମୁଖରେ ରକ୍ତର କୁଲ୍ୟା,
କେତେ ଯେ ବୀର ରମଣୀ ବୀରମାତାଙ୍କ
ତ୍ୟାଗରୁ ସୃଷ୍ଟି .....
କାହିଁକି, କେହି ବୁଝି ପାରୁନାହାନ୍ତି ?
ମାଟି ତଳେ ପଡି, ମୋ ଆଖି ଦୁଇଟି
କେତେ ଆଶାରେ ଚାହିଁ ରହିଛି ।
କିଏ ଆସିବ ଏଇ ପଥ ଦେଇ
ଥରେ ମୋ ଅନ୍ତର ପ୍ରତିଧ୍ଵନିକୁ ବୁଝିବ ।
କି ସବୁ ଦିନ ପାଇଁ ସ୍ମୃତି ସିଲଟରେ
ଧୂଳି ପଡ଼ି ଆସ୍ଥା ହରାଇବ .......