Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Tragedy

3  

Dr.Omm Prasad Pradhan

Abstract Tragedy

ଅଭିଯୋଗ ପତ୍ର

ଅଭିଯୋଗ ପତ୍ର

1 min
277



ମୁଁ ନବ ଜନ୍ମିତ ଶିଶୁଟିଏ 

ବଞ୍ଚିବାର ମୋହ ଅପେକ୍ଷା 

ଜିଜ୍ଞାସାର ଏକ ସ୍ଫୁରଣ ମୁଁ ।


ଜୀବନର ଯୌବନରେ ଯାହା 

ଶୈଶବରେ ତାହା ନୁହେଁ 

ବାର୍ଦ୍ଧକ୍ୟ ବାହୁଲ୍ୟ ମାତ୍ର 

ଜୀବନ ମାନଦଣ୍ଡରେ ।


ପୁଷ୍ପ କୋମଳ ଶରୀର ମୋର 

ଯାହା ତୁମର ସଂଯୋଗରେ 

ଏକ ନୂତନ ଆବିଷ୍କାର ମାତ୍ର 

ଯାହା ମୋ ପାଇଁ ଏକ ସତ୍ୟ 

କ୍ଳିଷ୍ଟତ୍ୱର କୁଂକୁମ ହେଲେମଧ୍ୟ 

ମୋ ମଥାରେ ବିଜୟ ଟୀକା 

ମୋ ସୃଷ୍ଟିକର୍ତ୍ତା ତୁମେ 

ହେଲେ କେବଳ ଶରୀର 

ଶରୀର ମାତ୍ରର ଜନ୍ମ ଦାତା ।


ପଶୁ ନିଜ ସନ୍ତାନ କୁ କଣ ଶିଖାଏ

ଜାଣିବାର ଇଛା ନାହିଁ ମୋର

ମଣିଷ କୁ ଶିଖାଇବାକୁ ପଡେ 

ନହେଲେ ସେ ମଧ୍ୟପଶୁତୁଲ୍ୟ 

ଏହା କଣ ସତ୍ୟ ନୁହେଁ ?


ଗୋଲାପ ପାଖୁଡା ତୁଲ୍ୟ ମୋର ଜନ୍ମ

ଅବଶୋଷ ମୁଁ ଆଜି କଣ୍ଟକିତ କାକ୍ଟସ୍

ମାଟିରେ ଜଳ ନଥିଲେ 

କାକ୍ଟସ୍ରେ କଣ୍ଟା ଜନ୍ମ ନିଏ 

ଚର୍ମ ଶୁଷ୍କ ବହଳ ହେଇଯାଏ ।


ଯଦି ସମାଜରେ ସ୍ନେହ ନଥାଏ ,

ମଣିଷ କାକ୍ଟସ୍ ହେଇ ବଞ୍ଚି ପାରେନା 

ଗୋଲାପ ପାଖୁଡା ହାସ୍ୟାସ୍ପଦ ମାତ୍ର 

ସେ ହେଇଯାଏ କଣ୍ଟକିତ ଗୋଲାପ ।


ସାମାନ୍ୟ ଲାଲ ପାଖୁଡା 

ତୀବ୍ର ଗନ୍ଧ ଯୁକ୍ତ ହେଲେ ମଧ୍ୟ

ଅସଂଖ୍ୟ କଣ୍ଟକିତ ମୟ ଶରୀର 

କିନ୍ତୁ କାହିଁକି ?

ମୁଁ କଣ ଚାହିଁଥିଲା ଏମିତି

କଣ୍ଟକିତ ଜୀବନ ପାଇଁ ।



Rate this content
Log in

Similar oriya poem from Abstract