Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Tragedy

3  

SAHITYA TARJUMAN

Tragedy

ଟୋପାଏ ଲୁହ

ଟୋପାଏ ଲୁହ

1 min
160


ଟୋପାଏ ଲୁହରେ, ଭାସିବ ସଂସାର, 

ଭାବି ନ ଥିଲି କି, ଜାଣି ନ ଥିଲି-ମୁଁ !

କୁଳ ଇଙ୍ଘି କେବେ, ଆସିବ ଜୁଆର, 

ଭାବି ନଥିଲି କି, ଜାଣି ନଥିଲି-ମୁଁ !


ବୁନ୍ଦା ବୁନ୍ଦା ମିଶି, ସୃଷ୍ଟି କଲେ ନଈ, 

ନଈଟି ମିଶିଲା, ସାଗରରେ ଯାଇ, 

ସାଗରଟି ଅଟେ, ଏତେ ଯେ ଗଭୀର, 

ଭାବି ନଥିଲି କି, ଜାଣି ନଥିଲି-ମୁଁ !


ପାଇଲି କାହାଠୁ, ଦେଲି ମୁଁ କାହାକୁ, 

ଦେଇ ନ ପାରିଲେ, ହରାଇଲି ତାକୁ, 

ସମ୍ବନ୍ଧରେ ଚାଲେ, ଏମିତି ବେପାର, 

ଭାବି ନଥିଲି କି, ଜାଣି ନଥିଲି-ମୁଁ !


ଦୁଃଖଟି ନିଜର, କାହାକୁ କହିବ, 

ରକତର ଧାରା, ଲୁହରେ ବୋହିବ, 

ସଂସାରରେ ନୁହେଁ କେହି ଯେ କାହାର, 

ଭାବି ନଥିଲି କି, ଜାଣି ନଥିଲି-ମୁଁ !



Rate this content
Log in

Similar oriya poem from Tragedy