ଇଛା
ଇଛା
ସେ ବେଳେବେଳେ ଆସେ ମୋ ପାଖକୁ
କେତେବେଳେ ପ୍ରେମିକା ହୋଇ
ସଙ୍ଗୀତ ରେ ବୋହି ଯାଏ...,
କେତେବେଳେ ସନ୍ୟାସୀନୀ ହୋଇ
ଧ୍ୟାନ ରେ ବସି ପଡ଼େ.....,
କେତେବେଳେ ସ୍ଥିତପ୍ରଜ୍ଞ ହୋଇ
ନୀରବତା ରେ ହଜିଯାଏ ।
ଏ ହଜିବାଟା ତା'ର୍ ପୁରୁଣା ଅଭ୍ୟାସ
ମୁଁ ଆଉ ନିଜ ପାଖରେ
ବାନ୍ଧି ରଖେନା ତାକୁ
ତା'କୁ ବଞ୍ଚିବାକୁ ଦିଏ
ନିଜ ଧର୍ମ ରେ
ଯଦିବା ଜାଣି ଥାଏ ସେ
ନିର୍ଧୁମ୍ ପ୍ରେମିକା ଟେ
ହରିଣୀ ର ଉଦ୍ ବେଗ ପରି
ଚଳ ଚଞ୍ଚଳ ଖିଆଲି ମନ
ତେବେ ବି,
ସ୍ଥିର ନିଶ୍ଚଳ ସିଏ କାହାକୁ
ଦେଇଥିବା ପ୍ରତିଶୃତି ରେ ।
ଉତ୍ସର୍ଗୀକୃତ ଆତ୍ମାନୁଭୁତି ରେ
ଜୀବନର ରଙ୍ଗ ମାନେ ବିଚ୍ଛୁରିତ ହୋଇ ବି
ପୁଣି ସାଉଁଠି ଯାଆନ୍ତି ନିଜ ଭିତରେ
ମନ କହେ, ଏ ସଂସାର ବୋଧେ
ମୋ ପାଇଁ ନୁହେଁ
ମୁଁ ଏ ମିଛ ଶ୍ରାବଣ ରେ ଭିଜି ପାରିବିନି
ଇଚ୍ଛା ଶୋଇ ପଡ଼େ
ନିଜକୁ ନିଜଠୁ ଭିନ୍ନ କରିବା ଭୟରେ ।
ଯାତନା ର ରଙ୍ଗ ଟା
ଯଦିବା କଷ୍ଟ
ସତ୍ୟ ର ତୃପ୍ତି ଟିଏ ଥାଏ
ଏ ଉତ୍ସର୍ଗୀକୃତ ଆନନ୍ଦ କୁ
ମୁଁ ହସି ହସି ଆଜିବି ବୋହି ଚାଲିଛି
ବିବେକ ର ପଟୁଆର ଧରି
କାହାର ଭରସା ଜିଣିବାକୁ ହେଲେ
କିଛି ତ୍ୟାଗ ଦେବାକୁ ପଡ଼େ।
ପ୍ରେମ ର ଅର୍ଥ ଏତେ ସହଜ ନୁହେଁ
ସେଥିପାଇଁ ତ ବଦନାମ ଭଅଁର
କେବେ ପ୍ରେମିକ ହୋଇ ପାରେନା
ହଜାରେ ଫୁଲ ଙ୍କୁ ଛୁଇଁବା ଗୁଣରେ ।
ନିରବ ମନ
ଖୋଲା ହାତଟେ ଖୋଜେ ସ୍ୱପ୍ନ ରେ
କେବଳ ବଞ୍ଚିବାର ବାହାନାରେ
ତେବେ ବି ଆଖି ଦେଖେ ପାଦ କୁ
ନିଜ ଅସ୍ତିତ୍ବ ର ଓଜନ କୁ ନେଇ।