Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lunar Das

Romance Tragedy Inspirational

3  

Lunar Das

Romance Tragedy Inspirational

ଥରେ ମାତ୍ର ବଞ୍ଚିବାକୁ ଚାହିଁଛି

ଥରେ ମାତ୍ର ବଞ୍ଚିବାକୁ ଚାହିଁଛି

1 min
4



ମୃତ୍ୟୁ ପୂର୍ବରୁ

ମୁଁ ଥରେ ମାତ୍ର ବଞ୍ଚିବାକୁ ଚାହିଁଛି

ସ୍ୱାର୍ଥୀ ସମ୍ପର୍କକୁ ବଳିଦାନ ଦେଇ

ଚିମୁଟାଏ ଆତ୍ମୀୟତାକୁ ଆପଣେଇ ନେଇଛି ।


ଜାଣିଛି,

ଜୀବନ ପ୍ରବାହିତ ପଥ

ଅସରନ୍ତି ରାସ୍ତା,

ହଜାରେ ଆକାଂକ୍ଷା

କିଛି ଅନ୍ତିମକ୍ଷଣର ଖୁସିକୁ

ସାଉଁଠି ନେଇ ମନଭରି ହସୁଛି

ମୁଁ ଥରେ ମାତ୍ର ବଞ୍ଚିବାକୁ ଚାହିଁଛି।


ସେମିତି ନୁହେଁ ଯେ,

ଏକ୍ଳାରେ ବଞ୍ଚିବାଟା ଏତେ ସହଜ

ହେଲେ,

ଭାଙ୍ଗିକି ବିଛେଇ ଯିବାରେ

ମୋର ଅନେକ ଭୟ

ନିଜକୁ ଅଭୟ ବାର୍ତ୍ତାଟେ ଦେଇ

ନିଜକୁ ନିଜ ପାଖେ ସାଇତି ରଖିଛି

ମୁଁ ଯେ ହସିବାର ବାହାନାଟେ

ନୀତିଦିନ ଖୋଜିଛି,

ମୁଁ ଥରେ ମାତ୍ର ବଞ୍ଚିବାକୁ ଚାହିଁଛି।


ଢେର୍ ଭୟ ଏ ନିବିଡ଼ତାକୁ,

ଢେର୍ ଭୟ କିଛି ମିଛ ଆଶାକୁ,

ଢେର୍ ଭୟ ସେ ହୃଦୟହୀନ ଆତ୍ମୀୟତାକୁ

ଯାତନାରେ ବଞ୍ଚିବା ଅଭ୍ୟାସକୁ

କେବେଠୁ ଛାଡ଼ି ସାରିଛି,

ମୁଁ ଯେ ସ୍ୱଚ୍ଛ ନିଶ୍ୱାସଟିଏ ନେବାପାଇଁ

ଜଙ୍ଗଲଟିଏ ଖୋଜିଛି,

ମୁଁ ଯେ ଥରେ ମାତ୍ର ବଞ୍ଚିବାକୁ ଚାହିଁଛି।


ଜାଣିଛି,

ଜୀବନ ବିପ୍ଳବ

ନିର୍ଧୁମ କ୍ଷଣ ଭିତରେ

ଗୁଞ୍ଜରିତ କିଛି ବାର୍ତ୍ତା

ମୋ ସମ୍ମୋହନରେ ପ୍ରେମର

ନିରବ ଠିକଣା,

ରାତ୍ରିର ଗଭୀରତାରେ

କାହାକୁ ବୁଡ଼େଇ ରଖିବାର ଇଚ୍ଛା।


ବୁଝିସାରିଛି,

ଭଲପାଇବାର ଗଭୀର ଅର୍ଥ,

 କିଛି ସମ୍ଭାବନାକୁ ନେଇ ଆସେନା

ହଠାତ୍ ଆସେ,

ବାସ୍ନାଟିଏ ଦେଇ ଚାଲିଯାଏ

ପ୍ରତୀକ୍ଷଣ ମହକାଇଦେବାର ନିଶାରେ

ସେଇ ଅସରନ୍ତି ଫଗୁଣର ବାସ୍ନାରେ

ମୁଁ ନୀତିଦିନ ଭିଜୁଛି,

ମୁଁ ଥରେ ମାତ୍ର ବଞ୍ଚିବାକୁ ଚାହିଁଛି।



Rate this content
Log in

Similar oriya poem from Romance