ଶୁଳ୍କ ଟିଏ ବାକି ରହିଗଲା
ଶୁଳ୍କ ଟିଏ ବାକି ରହିଗଲା
ଅସ୍ତମିତ ସୂର୍ଯ୍ୟ ଙ୍କ ରଶ୍ମିରେ
ରକ୍ତବର୍ଣ୍ଣ ରେ ଆକାଶ
ଛାଇ ଯାଇଥିଲା ବେଳେ
ନିବୁଜ କକ୍ଷ ରେ ବସି ସିଏ
ଗୀତ ଟିଏ ଗାଉଥିଲା
ଗୁଣୁ ଗୁଣୁ ସ୍ୱରେ.........।
" ମୁହୂର୍ତ୍ତ ପରେ ମୁହୂର୍ତ୍ତ
ତୁମେ ମୋ ସ୍ପନ୍ଦନ ରେ ବାଜୁଛ
ଉଧାର ଟିଏ ଆଣିଥିଲି ଦିନେ ତୁମଠୁ
କେଇ ଭାଗ ସ୍ନେହ ର
କେତେବା ଶୁଝିଲି ତୁମକୁ
ତେବେ ବି ଶୁଳ୍କ ଟିଏ
ବାକି ରହି ଗଲା........."
ଖୁବ୍ ନିମଗ୍ନରେ ଗାଉଥିଲା ସେ
ଝୁମି ଝୁମି ଆସୁଥିବା ଗୋଧୂଳି ଲଗ୍ନରେ ।
ଆଖିର ଆଦ୍ରତା କୁ ଲୁଚାଇ
ହସିଥିଲା ତା' ଆଗେ
ଆଇନା ବି ହସିଥିଲା
କିଛି କ୍ଷଣ ପାଇଁ ।
ଖୁବ ନିମଗ୍ନରେ ଗାଉଥିଲା ସେ
ଝଡ଼ି ପଡ଼ିଥିବା କ୍ଷଣ ସବୁକୁ ଗୋଟାଇ
ପୁଟୁଳିରେ ବାନ୍ଧୁ ଥିଲା ସେ,
ମୋତେ ଆଖି ଠାର ମାରି
ଭାବନାର ଅର୍ଥ କୁ ଘୋଡ଼ାଇ
ରଖୁଥିଲା ସେ,
ଯେମିତି ଚପଳମତୀ ଶିଶୁ ଟିଏ
ମୁଁ ଥିଲି ।
ଗୋଟେ ସ୍ନେହୀ ମଣିଷ ର
ହୃଦୟ ର ଦୁଷ୍ଟାମୀ କୁ
ଖୁବ ସୁନ୍ଦର ଭାବେ
ବୁଝିବାର ଦକ୍ଷତା ମୋର ବି ଥିଲା,
ମୁଁ ଯେ ନିରବ ଆଇନା ଟେ ଥିଲି।
ସେ କେବେ ସାଥି ଖୋଜୁନଥିଲା
ନିଜ ପାଖେ ସାଇତି ରଖିଥିବା
କିଛି କ୍ଷଣ ସହ ତା'ର
ଖୁବ ନିବିଡ଼ ସମ୍ପର୍କ ଥିଲା ।
ସ୍ନେହ କୁ ସିଞ୍ଚି ସିଞ୍ଚି
ଆୟୁଷ ରେ ବାନ୍ଧି ରଖିଥିବା
କିଛି ଉଧାରୀ ସ୍ନେହକୁ ଦେଖି
ବାରମ୍ବାର କହୁଥିଲା
ଦେଖ ନା ଆଇନା !
ପୁଣି
ମୋ ପାଖେ କିଛି ଶୁଳ୍କ
ବାକିରହିଗଲା ।